Home » ସ୍ଥାନୀୟ ଖବର » ବଦଳିଲେ ୨୨ ଥାନା ଅଧିକାରୀ

ବଦଳିଲେ ୨୨ ଥାନା ଅଧିକାରୀ

 ବଦଳିଲେ ୨୨ ଥାନା ଅଧିକାରୀ

ବାରିପଦା, ୧୨/୧୨(ସକାଳଖବର): ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଥାନାରେ କାର୍ଯ୍ୟରତ ପୁଲିସ ଇନ୍ସପେକ୍ଟରମାନଙ୍କ ମଧ୍ୟରେ ଏକ ବଡ଼ ଧରଣର ଅଦଳବଦଳ ହୋଇଥିବାର ଜଣାପଡ଼ିଛି ଓ ୨୨ ଥାନା ଅଧିକାରୀଙ୍କ ବଦଳି ନିମନ୍ତେ ବିଭାଗ ପକ୍ଷରୁ ଡ଼ିଓ ନମ୍ବର ୨୫୦୭/ଆର୍ଓ, ୧୨.୧୨.୨୦୧୯ରେ ଏକ ନିଦେ୍ର୍ଧଶନାମା ଜାରି କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରୁ ଜୟନ୍ତ କୁମାର ବେହେରାଙ୍କୁ ବଡ଼ସାହି ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କୁ ବେତନଟୀ ଆଇଆଇସି ଭାବେ, ବରେନ୍ଦ୍ର ସେନାପତିଙ୍କୁ ବାରିପଦା ଟାଉନ ଥାନା ଆଇଆଇସି, ମୋରଡ଼ା ଥାନା ଆଇଆଇସି ଯୋଗେନ୍ଦ୍ର ମଲ୍ଲିକଙ୍କୁ ବହଳଦା ଥାନା ଆଇଆଇସି, ଯଶୀପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରାଙ୍କୁ ମୋରଡ଼ା ଥାନା ଆଇଆଇସି, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀଙ୍କୁ ଯଶୀପୁର ଥାନା ଆଇଆଇସି, ରାସଗୋବିନ୍ଦପୁର ଥାନା ଆଇଆଇସି ରେଣୁବାଳା ସାହୁଙ୍କୁ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ, ବୈଶିଙ୍ଗା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କୁ ରାସଗୋବିନ୍ଦପୁର ଥାନା ଆଇଆଇସି, କରଞ୍ଜିଆ ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁଙ୍କୁ ବୈଶିଙ୍ଗା ଥାନା ଆଇଆଇସି, ଭଦ୍ରଖ ଜିଲ୍ଲାରୁ ସରୋଜିନୀ ସିଂଙ୍କୁ କରଞ୍ଜିଆ ଥାନା ଆଇଆଇସି, ଇନ୍ସପେକ୍ଟର ପ୍ରେମନ୍ଦା ନାୟକଙ୍କୁ ମୟୂରଭଞ୍ଜ ଏଚଆରପିସି ସେକସନରୁ ବାରିପଦା ସଦର ଥାନା, ସଦର ଥାନା ଆଇଆଇସି ସ୍ୱର୍ଣ୍ଣ ଲତା ମିଞ୍ଜଙ୍କୁ ଖୁଂଟା ଥାନା ଅଧିକାରୀ ଭାବେ, ଉଦଳା ଥାନା ଅଧିକାରୀ ସନାତନ ସାହୁଙ୍କୁ ବାରିପଦା ହେଡ଼କ୍ୱାଟାର କାର୍ଯ୍ୟାଳୟକୁ, କପ୍ତିପଦା ଆଇଆଇସି ରୀନା ବେହେରାଙ୍କୁ ଉଦଳା ଥାନା ଅଧିକାରୀ, ମହୁଲଡ଼ିହା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନଙ୍କୁ କପ୍ତିପଦା ଓଆଇସି ଭାବେ, ବାରିପଦା ପୁଲିସ ହେଡ଼କ୍ୱାଟାରରୁ ଶଶଧର ସେଠୀଙ୍କୁ ମହୁଲଡ଼ିହା ଥାନା ଓଆଇସି ଭାବେ, ଭଦ୍ରଖ ଜିଲ୍ଲାରୁ ଦୟାନିଧି ଦାସଙ୍କୁ ବାଙ୍ଗିରିପୋଷି ଥାନା ଅଧିକାରୀ ଭାବେ, ବାଙ୍ଗିରିପୋଷି ଥାନା ଆଇଆଇସି କୁନି ବେହେରାଙ୍କୁ ବାଦାମପାହାଡ଼ ଥାନା ଆଇଆଇସି ଭାବେ, ଗୋରୁମହିଷାଣି ଥାନା ଓଆଇସି ଏସଆଇ ଫନି ଭୂଷଣ ନାୟକଙ୍କୁ ବିଶୋଇ ଥାନା ଓଆଇସି ଭାବେ, ବାରିପଦା ଟାଉନ ଥାନା ଏସଆଇ ଅଜୟ ବେଗଙ୍କୁ ଗୋରୁମହିଷାଣି ଥାନା ଓଆଇସି ଭାବେ, ଭଦ୍ରଖରୁ ଇନ୍ସପେକ୍ଟର ବନ୍ଦନା ଦେବୀଙ୍କୁ ବାରିପଦା ପୁଲିସ ହେଡ଼କ୍ୱାଟରକୁ ଏବଂ ଏସଆର ସେକସନର ଇନ୍ସପେକ୍ଟର ବନାନୀ ବେହେରାଙ୍କୁ ଆଇଆଇସି ଚାନ୍ଦୁଆକୁ ବଦଳି କରାଯାଇଛି ।

12

Share: