Home » ସ୍ଥାନୀୟ ଖବର » ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ସଂଘର କର୍ମକର୍ତା ନିର୍ବାଚିତ

ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ସଂଘର କର୍ମକର୍ତା ନିର୍ବାଚିତ

    ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ସଂଘର କର୍ମକର୍ତା ନିର୍ବାଚିତ

ବାରିପଦା, ୧୨/୧୨(ସକାଳଖବର): ବାରିପଦାସ୍ଥିତ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି କୈଳାଶ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଭାପତି ଶ୍ରୀମହାନ୍ତଙ୍କ ନିଦେ୍ଧଶ କ୍ରମେ ବାରିପଦା ବିଦୁ୍ୟତ୍ ଡ଼ିଭିଜନର ପୂର୍ବତନ ସମ୍ପାଦକ ସ୍ୱର୍ଗତଃ ରତିକାନ୍ତ ମହାନ୍ତ ଦୀର୍ଘ ୨୮ ବର୍ଷ ଧରି ବହୁ ବାଧାବିଘ୍ନ ଅତିକ୍ରମ କରି ଡ଼ିଭିଜନ ସମ୍ପାଦକ ଭାବେ କାର୍ଯ୍ୟ ତୁଳାଇ ଆସୁଥିବା ସମୟରେ ଗତ ୮ ଡ଼ିସେମ୍ବରେ ଭଞ୍ଜପୁର ବାସଭବନରେ ଆକସ୍ମିକ ଭାବେ ମୃତୁ୍ୟ ହୋଇଥିଲା । ଏହି ଭଳି ଜଣେ ସଂଗ୍ରାମୀ ସଚ୍ଚୋଟ ନେତାଙ୍କ ଆକସ୍ମିକ ବିୟୋଗ ସମସ୍ତଙ୍କ ହୃଦୟରେ ଗଭୀର ଆଘାତ ପହଁଚାଇବା ସହ ସଂଘ ନିମନ୍ତେ ଏକ ଅପୂରଣୀୟ କ୍ଷତି ପହଁଚାଇ ଦେଇଛି । ଏହି ସଂଗ୍ରାମୀ ନେତାଙ୍କ ଅମର ଆତ୍ମାର ସଦଗତି କାମନା ଉଦେ୍ଧଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ କାର୍ଯ୍ୟରତ ବିଦୁ୍ୟତ୍ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଉଚିତ ମୁକାବିଲା କରିବା ନିମନ୍ତେ ଆହ୍ୱାନ ଦିଆଯାଇଥିଲା । ସଭାରେ ୨୦୨୦ ନିମନ୍ତେ ସଂଘର ସାଙ୍ଗଠନିକ କର୍ମକର୍ତା ନିର୍ବାଚନ ହୋଇଥିଲା । ଉକ୍ତ ନିର୍ବାଚନରେ ବାରିପଦା, ଉଦଳା ଓ ରାଇରଙ୍ଗପୁର ଡ଼ିଭିଜନ ନିମନ୍ତେ ଡ଼ିଭିଜନ ସମ୍ପାଦକ ଭାବେ ଯଥାକ୍ରମେ ବିଜେନ୍ଦ୍ର ଗିରି, ଦେବରାଜ ବେହେରା ଓ ବାସୁଦେବ ମାଝି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ସର୍କଲ ସମ୍ପାଦକ ଭାବେ ହେତେଶ କୁମାର ରାଉତ, ସହ-ସମ୍ପାଦକ ଅନିମେଶ ଦାସ, ସଙ୍ଗଠକ ସମ୍ପାଦକ ମନୋରଞ୍ଜନ ମହାନ୍ତ, କାର୍ଯ୍ୟକାରୀ ସଦସ୍ୟ ଅଶ୍ୱିନୀ ଦାସ, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମହାନ୍ତ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଏହାପରେ ଡ଼ିସେମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ ପୁରୀଠାରେ ରାଜ୍ୟ ସଂଘ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ୫୭ତମ ବାର୍ଷିକ ସମ୍ମିଳନୀରେ ସମସ୍ତ ସଦସ୍ୟମାନଙ୍କୁ ଉପସ୍ଥିତ ରହିବା ନିମନ୍ତେ ସଭାପତି ଶ୍ରୀମହାନ୍ତ ନିବେଦନ ଜଣାଇଥିଲେ । ଶେଷରେ ପ୍ରଭାକର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

12

Share: