Home » କ୍ରୀଡା » ବାର୍ଷିକ ମିଳିତ କ୍ରୀଡା ଉସôବ ଅନୁଷ୍ଠିତ

ବାର୍ଷିକ ମିଳିତ କ୍ରୀଡା ଉସôବ ଅନୁଷ୍ଠିତ

 ବାର୍ଷିକ ମିଳିତ କ୍ରୀଡା ଉସôବ ଅନୁଷ୍ଠିତ

ନୂଆପଡା, ୧୨/୧୨(ସକାଳଖବର): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଦୋହେଲପଡା ଗ୍ରାମ ଠାରେ ପଲ୍ଲୀପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୋହେଲପଡା ଏବଂ ଓମ ଖାସବାହାଲ ଉଚ୍ଚ ବିଦ୍ୟାଳୟ ବଙ୍କାପୁରର ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ଉସôବ ଆୟୋଜିତ ହୋଇଯାଇଛି । ଏହି କ୍ରୀଡା ଉସôବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କେଶବ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଖେଳାଳି ଛାତ୍ରଛାତ୍ରୀଙ୍କୁ ଉସôାହିତ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ୩୫ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ୬୦୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରୁଦ୍ର ମାଧବ ବାରିକଙ୍କ ନେତୃତ୍ୱରେ ଅଧ୍ୟାପକ ଅମୂଲ୍ୟ ପାଳ, ବିରଂଚି ବେହେରା, ଘନସୁନ୍ଦର ପୁଞ୍ଜି, ଅସିତ କୁମାର ସୁପକାର, ରାଜେନ୍ଦ୍ର ବେହେରା, ଶିକ୍ଷକ ଲଳିତ କୁମାର ପ୍ରଧାନ, ମନୋଜ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଖେଳ ଶିକ୍ଷକ ଭାସ୍କର ବେହେରା ଏବଂ ଗୋପାଳ ଚନ୍ଦ୍ର ଦୁବେ ଖେଳ ପରିଚାଳନା କରିଥିଲେ ।

12

Share: