Home » ସ୍ଥାନୀୟ ଖବର » ମଙ୍ଗୁ ମଠରେ ଥିବା ଦୋକାନ ଗୃହ ଧୂଳିସାତ୍

ମଙ୍ଗୁ ମଠରେ ଥିବା ଦୋକାନ ଗୃହ ଧୂଳିସାତ୍

     ମଙ୍ଗୁ ମଠରେ ଥିବା ଦୋକାନ ଗୃହ ଧୂଳିସାତ୍

ପୁରୀ, ୧୨/୧୨(ସକାଳଖବର): ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଜୋନ୍ ପାଇଁ ଉଚ୍ଛେଦ କାର୍ଯ୍ୟ ଜୋରସୋରରେ ଚାଲିଛି । ଗୁରୁବାର ଦିନ ସିଂହଦ୍ୱାର ସମ୍ମୁଖ ମଙ୍ଗୁମଠରେ ଥିବା ସମସ୍ତ ଦୋକାନଗୃହ, ଲଜିଂ, କ୍ଲବ ଓ ଅନ୍ୟାନ୍ୟ ଘରଗୁଡିକ ସଂପୂର୍ଣ୍ଣ ଧୂଳିସାତ୍ ହୋଇଛି । ଦୋଳମଣ୍ଡପ ସାହିରୁ ପତିତପାବନ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛନ୍ତି । ଏହା ସହ ମଙ୍ଗୁମଠର ମୂଳ ମନ୍ଦିରକୁ ଭକ୍ତମାନେ ଦେଖିବାକୁ ପାଇଛନ୍ତି । ପୂର୍ବରୁ ଏଠାରେ ମନ୍ଦିର ଥିବା ଭକ୍ତମାନେ ଜାଣିନଥିଲେ । ମଠର ଚାରିପଟେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସେମାନଙ୍କ ବ୍ୟବସାୟ ଚଳାଇଥିଲେ । ମଙ୍ଗୁମଠ ପରିସରରୁ ଦୁଇଟି କୂଅ ରହିଥିବା ଦେଖିବାକୁ ମିଳିଥିଲା । ଏହି କୂଅପାଣି ଅତି ମଧୁର ବୋଲି ପୂଜକ କହିଛନ୍ତି । କେବଳ ମଠର ପୂଜାରୀଙ୍କ କିଛି ଜିନିଷ ପତ୍ର ରହିଯାଇଛି । ତାହାକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡିଛି । ସାନଛତା ମଠ ଚତୁପାଶ୍ୱର୍ରୁ ଉଚ୍ଛେଦ କାର୍ଯ୍ୟ ଜାରି : ସାନଛତା ମଠର ଚାରିପଟେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଲଜିଂର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ବଡଆଖେଡା ମଠପଟୁ ଧିରେ ଧିରେ ଗୋଟିଏ ଗୋଟିଏ କୋଠା ଭଙ୍ଗାଯାଉଛି । ସାନଛତା ମଠର ମୂଳ ମନ୍ଦିରକୁ ରକ୍ଷା କରିବା ପାଇଁ ଅତି ସତର୍କତାର ସହ ଘରଗୁଡିକୁ ଭଙ୍ଗାଯାଉଛି । ସେଠାରେ ଜୈନିକ ବ୍ୟବସାୟୀ କରିଥିବା ଲୁହା ଦୋକାନ ଖୁବଶୀଘ୍ର ଭଙ୍ଗାଯିବ । ଲୁହାଦୋକାନ ଉପରେ ଲଜିଂ ଚାଲୁଥିଲା । ଲଜିଂରୁ ଏସି, ଝରକା ଗ୍ରୀଲ, ପାଣିଟାଙ୍କି, ପାଇପ୍, ଫ୍ୟାନ୍ ଓ ବିଦୁ୍ୟତ୍ ସରଞ୍ଜାମ ଗୁଡିକ ଖୋଲାଯାଉଥିବା ଦେଖିବାକୁ ମିଳିଥିଲା । ଦୋଳବେଦୀ କୋଣର ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାନଛତା ମଠର ଦୋକାନ ଗୃହ ଭଙ୍ଗାଯିବା ପରେ ସିଂହଦ୍ୱାର ଠାରୁ ଦୋଳବେଦୀ ସଂପୂର୍ଣ୍ଣ ଦୃଶ୍ୟମାନ ହେବ ।

12

Share: