Home » ପ୍ରମୁଖ ଖବର » ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମ୍ମିଳନୀ

ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମ୍ମିଳନୀ

 ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମ୍ମିଳନୀ

ଭୁବନେଶ୍ୱର, ୮/୧୧(ସକାଳଖବର): ରାଜସ୍ୱ ବିଭାଗକୁ ସରକାରଙ୍କ ମୁଖ ଭାବେ ଅଭିହିତ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି । ଶୁକ୍ରବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମ୍ମିଳନୀରେ ରାଜସ୍ୱ ଅଧିକାରୀମାନଙ୍କୁ ସମ୍ବୋଧନ କରି ଏହା ବର୍ଣ୍ଣନା କରିବା ସହ ରାଜନୈତିକମାନେ ନିର୍ବାଚିତ ନେତା ଭାବେ ବିବେଚିତ ହେଲାବେଳେ ରାଜସ୍ୱ ଅଧିକାରୀମାନେ ହେଉଛନ୍ତି ପ୍ରକୃତ ନେତା ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି । ଆମ ସରକାରଙ୍କ ଦ୍ୱାରା ପ୍ରଚଳିତ ଆଇନଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଚଳିତ ୫ "ଟି' ଆଧାରରେ ଯୋଜାନଗୁଡ଼ିକର ସୁଫଳ ଲୋକମାନଙ୍କ ପାଖରେ ପହଂଚାଇବାର ଗୁରୁଦାୟିତ୍ୱ ହେଉଛି ରାଜସ୍ୱ ଅଧିକାରୀମାନଙ୍କର ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି । ଖଣିଜ ଦ୍ରବ୍ୟ, ବାଲି, ପଥର ଆଦି ପ୍ରଚୁର ସମ୍ବଳର ସଠିକ୍ ଉପଯୋଗ ମାଧ୍ୟମରେ ସରକାର ଅଧିକ ରାଜଭାଗ ଅର୍ଜନ କରିପାରନ୍ତେ । ନିକଟରେ ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ତହସିଲ୍ଗୁଡ଼ିକୁ ଅ·ନକ ଗସ୍ତ ସମୟରେ ଦାଖଲଖାରଜ, କିସମ ପରିବର୍ତନ ଆଦି ମାମଲାରେ ହେଉଥିବା ବିଳମ୍ବ ପାଇଁ ରାଜସ୍ୱ ନିରୀକ୍ଷକ ସ୍ତରର କାର୍ଯ୍ୟଧାରାରେ ସୁଧାର ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ସମ୍ମିଳନୀକୁ ସମ୍ବୋଧନ କରି କହିଲେ ଯେ ସମ୍ଭବତଃ ରାଜସ୍ୱ ବିଭାଗ ହେଉଛି ସର୍ବପୁରାତନ ବିଭାଗ ଏବଂ ରାଜସ୍ୱ ଅଧିକାରୀମାନେ ସରକାରଙ୍କର ସର୍ବପ୍ରଧାନ ସେବାର ଅଧିକାରୀ । ଜିଲ୍ଲା ସ୍ତରରେ ଏହି ଅଧିକାରୀମାନେ ନେତୃତ୍ୱ ନେଉଥିବାରୁ ସେମାନେ ସ୍ଥୁଳ ଦୃଷ୍ଟିସଂପନ୍ନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଜିଲ୍ଲା ସ୍ତରରେ ସୂଚନା ପ୍ରଯୁକ୍ତି ଶିଳ୍ପାୟନର ବୃଦ୍ଧି, ରିଲିଫ୍ ଓ ପୁନଃବସତି କାର୍ଯ୍ୟକ୍ରମ ନିମନ୍ତେ ରାଜସ୍ୱ ଅଧିକାରୀମାନେ ସକ୍ରିୟ ଭାବେ କାର୍ଯ୍ୟକରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ତାମିଲନାଡ଼ୁ ମାଲେସିଆରୁ ବାଲି ଆମଦାନୀ କରୁଥିଲାବେଳେ ଏହା ଓଡ଼ିଶାର ଏକ ବୃହତ୍ ସମ୍ବଳ ଅଟେ । ଏହାର ସଠିକ୍ ଆଇନଗତ ଉତୋଳନପୂର୍ବକ ରାଜସ୍ୱ ବୃଦ୍ଧିରେ ସହାୟକ ହେବା ପାଇଁ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ "ଟି' ଅନ୍ତର୍ଗତ ସ୍ୱଚ୍ଛତା, ସମୟାନୁବର୍ତିତା, ସହଭାଗିତା ଓ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗପୂର୍ବକ ଜନସାଧାରଣଙ୍କର ସମୃଦ୍ଧି ନିମନ୍ତେ କାର୍ଯ୍ୟ କରିବା ପାଇଁ ପ୍ରବର୍ତାଇ ଥିବାବେଳେ ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ "ଜିରୋ ଟଲେରାନ୍ସ' ନୀତି ବାବଦରେ ମୁଖ୍ୟ ଶାସନ ସଚିବ ଚେତେଇ ଦେଇଥିଲେ । ପ୍ରାରମ୍ଭରେ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ସ୍ୱାଗତ ଭାଷଣ ଦେଇ ଏହି ସମ୍ମିଳନୀ ସମୀକ୍ଷାମୂଳକ ନୁହେଁ ବରଂ ବିନିମୟମୂଳକ ବୋଲି ଅଭିହିତ କରିଥିଲେ ।

8

Share: