Home » ପ୍ରଗତି » କଳାହାଣ୍ଡି , ନୂଆପଡାରେ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କଲେ ୫-ଟି ସଚିବ

କଳାହାଣ୍ଡି , ନୂଆପଡାରେ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କଲେ ୫-ଟି ସଚିବ

 କଳାହାଣ୍ଡି , ନୂଆପଡାରେ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର,୧୦/୧୦(ସକାଳଖବର): "ମୋ ସରକାର' ଯୋଜନାର କାର୍ଯ୍ୟକାରୀତାକୁ ନେଇ ଗୁରୁବାର ୫-ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆରଟିଓ ଅଫିସ ଗସ୍ତ କରିଛନ୍ତି । ସେଠାରେ ସେ ସ୍ଥିତି ଅନୁଧ୍ୟାନ କରିବା ସହ "ମା ସରକାର' କାର୍ଯ୍ୟକ୍ରମ କିଭଳି ଲାଗୁ ହୋଇଛି ତାର ସମୀକ୍ଷା କରିଛନ୍ତି । ସଚିବ ଭି.କେ ପାଣ୍ଡିଆନ ପ୍ରଥମେ ନୂଆପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ "ମୋ ସରକାର' କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସେ ଚିକିତ୍ସାଳୟରେ ରୋଗୀ ସେବା ଓ ଔଷଧ ଯୋଗାଣ ନେଇ ପ·ରି ବୁଝିବା ସହ ଭିତିଭୂମିର ଅନୁଧ୍ୟାନ କରିଥିଲେ । ଏହା ପରେ ସେ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆରଟିଓ ଅଫିସ ପରିଦର୍ଶନ କରିଥିଲେ । ଗତକାଲି ଭି କେ ପାଣ୍ଡିଆନ୍ ଙ୍କ ସମେତ ୩ ବରିଷ୍ଠ ଅଧିକାରୀ ମାଲକାନଗିରି , କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।

10

Share: