Home » ସ୍ଥାନୀୟ ଖବର » ପଲିଥିନ୍ ପାଇଁ ୫୫ ହଜାର ଜୋରିମାନା ଆଦାୟ

ପଲିଥିନ୍ ପାଇଁ ୫୫ ହଜାର ଜୋରିମାନା ଆଦାୟ

 ପଲିଥିନ୍ ପାଇଁ ୫୫ ହଜାର ଜୋରିମାନା ଆଦାୟ

ଗଞ୍ଜାମ, ୧୦/୧୦(ସକାଳଖବର): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗତକାଲି ବ୍ରହ୍ମପୁର ବଡ ମେଡିକାଲ ପରିଦର୍ଶନରେ ଯାଇଥିବା ବେଳେ ମେଡିକାଲ ହତା ଭିତରେ ଥିବା ୪ଟି ଔଷଧ ଦୋକାନୀ ପଲିଥିନ ବ୍ୟାଗ୍ ବ୍ୟବହାର କରୁଥିବା ଦୃଷ୍ଟିକୁ ଆସିଥିଲା । ଆଗକୁ ପଲିଥିନ ବ୍ୟବହାର ନକରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଦୋକାନୀମାନଙ୍କୁ ତାଗିଦ୍ କରିବା ସହ ସେମାନଙ୍କ ନିକଟରୁ ଜୋରିମାନା ବାବଦକୁ ୫୫ ହଜାର ଟଙ୍କା ଆଦାୟ କରିଥିଲେ । ସେହିପରି ସିଟି ହସ୍ପିଟାଲ ପରିସରରେ ଥିବା ଦୁଇଟି ଔଷଧ ଦୋକାନର କାଗଜପତ୍ର ଠିକ୍ ନଥିବାରୁ ସମ୍ପୃକ୍ତ ଦୋକାନ ଦୁଇଟିକୁ ବନ୍ଦ କରିବାକୁ ଜିଲ୍ଲାପାଳ ଡ୍ରଗ୍ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ ।

10

Share: