Home » ସାହିତ୍ୟ » ଗାୟକରତ୍ନ ନରୋତମ ମହାପାତ୍ରଙ୍କ ଦେହାନ୍ତ

ଗାୟକରତ୍ନ ନରୋତମ ମହାପାତ୍ରଙ୍କ ଦେହାନ୍ତ

 ଗାୟକରତ୍ନ ନରୋତମ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର, ୨୦/୯(ସକାଳଖବର): ବିଶିଷ୍ଟ ପାଲାକାର ଗାୟକ ରତ୍ନ ନରୋତମ ମହପାତ୍ରଙ୍କର ଶୁକ୍ରବାର ଅପରାହ୍ଣରେ ପରଲୋକ ଘଟିଛି । ମୃତୁ୍ୟବେଳକୁ ତାଙ୍କୁ୯୦ ବର୍ଷ ହୋଇଥିଲା । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ଶ୍ରୀ ମହାପାତ୍ରଙ୍କ ଖୋର୍ଦ୍ଧା ନିକଟବର୍ତୀ କଂଟାବାଡ଼ ଗ୍ରାମସ୍ଥିତ ପୈତୃକ ବାସଭବନରେ ଦେହାନ୍ତ ଘଟିଥିଲା । ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ତଥା ଉଚ୍ଚଶିକ୍ଷିତ ପାଲାଗାୟକ ସ୍ୱର୍ଗତ ମହାପାତ୍ର ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ । ପାଲାଗାୟନ କ୍ଷେତ୍ରରେ ତାଙ୍କର ୬୦ ବର୍ଷରୁ ଊଦ୍ଧ୍ୱର୍ ଅଭିଜ୍ଞତା ରହିଥିଲା । ଖଲ୍ଲିକୋଟର ରାଜା ରାମଚନ୍ଦ୍ର ଦେବଙ୍କ ଠାରୁ ତାଙ୍କୁ ଗାୟକରତ୍ନ ଉପାଧି ମିଳିଥିଲା । ଏହାଛଡ଼ା ବାଣୀରତ୍ନ, ଗାୟକ ସମ୍ରାଟ, ଗାୟକ ଜ୍ଞାନ ସାଗର ଆଦି ଉପାଧି ସମେତ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା । ପାଲାଗାୟନ ପାଇଁ ସେ କାହାଠାରୁ ଟଙ୍କାଟିଏ ସୁଦ୍ଧା ନେଉନଥିଲେ । ରାଜ୍ୟର ପ୍ରାୟ ସମସ୍ତ ପ୍ରତିଷ୍ଠିତ ମଂଚରେ ସେ ପାଲା ପରିବେଷଣ କରିଛନ୍ତି । ସେ ତକ୍ରାଳୀନ ପ୍ରସିଦ୍ଧ ପାଲାକାର ଗାୟକ ରତ୍ନ ହରି ନାଥ, ଗାୟକ ଶିରୋମଣି ନିରଞ୍ଜନ କର, ଗାୟକ ସମ୍ରାଟ ବୈଷ୍ଣବ ପ୍ରଧାନ, ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତିଙ୍କ ବିପକ୍ଷରେ ବାଦି ପାଲା ପରିବେଷଣ କରିଥିଲେ । ଓଡ଼ିଶାର ପୁରପଲ୍ଲୀ ସମେତ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମ ବଙ୍ଗର ଅନେକ ଅଂଚଳରେ ସେ ପାଲାଗାୟନ କରିଥିଲେ । ୫୦ରୁ ଊଦ୍ଧ୍ୱର୍ ଶିଷ୍ୟ ତାଙ୍କଠାରୁ ଶିକ୍ଷାଲାଭ କରିଥିଲେ । ତାଙ୍କବି ୟୋଗରେ ଓଡ଼ିଆ ଲୋକକଳା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି । ଏହି ଜନପ୍ରିୟ ପାଲାଗାୟକଙ୍କ ବିୟୋଗରେ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ, ବଳଭଦ୍ର ପଣ୍ଡା, ପ୍ରହ୍ଲାଦ ସାହୁଙ୍କ ଭଳି ବିଶିଷ୍ଟ ପାଲାକାରଙ୍କ ସମେତ ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ସନ୍ଦୀପ ମିଶ୍ର, ବିପ୍ଳବ ସମ୍ବିତ କୁମାର, ଅନ୍ନଦା ଶଙ୍କର ଦାଶ, ଚକ୍ରଧର ବାରିକ ଓ ଅନ୍ୟ କର୍ମକର୍ତାମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

20

Share: