ଜୟପୁର ବିମାନବନ୍ଦର ହେବ ସମ୍ପ୍ରସାରଣ
ଜୟପୁର, ୨୦/୯(ସକାଳଖବର): ଜୟପୁର ବିମାନଘାଟିକୁ ଜିଲାପାଳ ଙ୍କ ସହ ବୈଷୟିକ ଟିମ ପରିଦର୍ଶନ କରିଛନ୍ତି । ଜୟପୁରବାସୀଙ୍କ ବହୁ ଦିନର ଦାବୀ ଜୟପୁରରୁ ବିମାନଉଡାଣ ନେଇ ଆଶା ସଂଚାର ହୋଇଛି । ଆଂଚଳିକ ଏୟାର କନେକଟିଭିଟି କାଉନସିଲ ବୈଠକରେ ମୂଖ୍ୟ ଶାସନ ସଚିବ ଝାରସୁଗୁଡା ଏୟାରପୋର୍ଟ ପରେ ଜୟପୁର ଏୟାରପୋର୍ଟ ଉପରେ ଧ୍ୟାନ ଦିଆଯାଉଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ । ଏହା ସହ ଅତିରିକ୍ତ ୫୫ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ନେଇ ସେ ମତ ବ୍ୟକ୍ତ କରିଛନ୍ତି । ଯାହା ଜୟପୁର ଏୟାରପୋର୍ଟକୁ ନେଇ ଏକ ନୂଆ ଆଶା ତିଆରି କରିଛି । ବର୍ତମାନ ଜୟପୁର ଏୟାରପୋର୍ଟରେ ଭିତିଭୂମି ନଥିବା ତଥା ଭବିଷ୍ୟତରେ ୫୫ କୋଟି ଅତିରିକ୍ତ ଖର୍ଚ୍ଚ କରାଯାଇ ଏହି ଭିତିଭୂମିକୁ ସଜାଡିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେି । ଜୟପୁରବାସୀ ଝାରସୁଗୁଡା ପରେ ଜୟପୁର ଏୟାରପୋର୍ଟକୁ ଦୃଷ୍ଟି ଦିଆଯିବା ନେଇ ଆଶାବ୍ୟକ୍ତ କରିଥିଲେ । ଜୟପୁର ବିମାନଘାଟିରୁ ଭୁବନେଶ୍ୱରକୁ ନିତି ଦିନିଆ ବ୍ୟବସାୟିକ ଉଡ଼ାଜାହାଜ ଉଡ଼ିବା ନେଇ ଯେଉଁ ଦ୍ୱନ୍ଦ ରହିଥିଲା ତାହା ଏବେ ପୁଣି କେନ୍ଦ୍ର ସରକାରଙ୍କ "ଉଡ଼ାଣ- ୩.୧' ଟେଣ୍ଡର ପ୍ରକ୍ରିୟାରେ ଝୁଲି ରହିିଥିଲା ଜିଲାପାଳଙ୍କ ସମୀକ୍ଷା ପରେ ଆଶା ଉଜ୍ୱଳ ହୋଇଛି । ଏହି ଟେଣ୍ଡର ପ୍ରକି୍ରୟା ଗତ ପେବୃଆରୀ୨୭ ତାରିଖ ଦିନ ସରିଥିବା ବେଳେ କଣ ହେବ ଏହାର ଭବିଷ୍ୟତ ତାହାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଦିର୍ଘ ବର୍ଷ ହେବ ରାଜ୍ୟ ସରକାର ଏଠାରୁ ଅନ୍ତତଃ ଭୁବନେଶ୍ୱରକୁ ଉଡ଼ାଜାହାଜ ସେବା ନେଇ ଚେଷ୍ଟିତ ହୋଇ ଆସୁଥିଲେ ବି ତାହା ସମ୍ଭବ ହୋଇ ପାରିନାହିଁ । ଗତ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ରେଜିଓନାଲ୍ କନେକ୍ଟିଭିଟି ସ୍କିମ୍ ଜରିଆ ଦ୍ୱାରା "ଏୟାର ଓଡ଼ିଶା' ନାମକ ଏକ ସଂସ୍ଥା ଏହି ସେବା ଆରମ୍ଭ କରିଥିଲେ ବି ତାହା କମ୍ ଦିନରେ ବନ୍ଦ ହୋଇଥିଲା । ୧୯୬୨ ମସିହାରେ ୬୦ ଏକର ଜମିରେ ବିମାନବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ପରେ ପୁଣି ଥରେ ଜମି ଅଧିଗ୍ରହଣ କରାଯାଇ ବ ମାନ ୧୧୩ ଏକରରେ ବିମାନବନ୍ଦର ପହଂଚିଛି । ଏଥିରୁ ପ୍ରାୟ ୧୦୦ ଏକର ସ୍ଥାନକୁ ସୁରକ୍ଷା କାରଣରୁ ୮ କୋଟି ଟଙ୍କା ବ୍ୟୟରେ ଉଚ୍ଚ ପାଚେରୀ ବି ନିର୍ମାଣ କରାଯାଇଛି । ଇତି ମଧ୍ୟରେ ରନୱେର କାମ ସରିଛି । ରନୱେକୁ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡା କରାଯାଇଛି । ସଂପୂର୍ଣ ବିମାନବନ୍ଦରର ବିକାଶ ପାଇଁ ୧୬ କୋଟି ଖର୍ଚ୍ଚ କରାଯାଇଥିବା ବେଳେ ବିମାନବନ୍ଦରର ସମସ୍ତ କାର୍ଯ୍ୟ ଏବେ ଶେଷପ୍ରାୟ । ଟିକେଟ କାଉଁଟର ଏବଂ ଟର୍ମିନାଲ ବିଲ୍ଡିଂକୁ ଶେଷ ସ୍ପର୍ଶର୍ ବି ଦିଆଯାଉଛି ।