Home » ସାହିତ୍ୟ » ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ବି୍ରଟିଶ ଡେପୁଟି ହାଇକମିଶନଙ୍କ ସୌଜନ୍ୟ ସାକ୍ଷାତ

ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ବି୍ରଟିଶ ଡେପୁଟି ହାଇକମିଶନଙ୍କ ସୌଜନ୍ୟ ସାକ୍ଷାତ

   ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ବି୍ରଟିଶ ଡେପୁଟି ହାଇକମିଶନଙ୍କ ସୌଜନ୍ୟ ସାକ୍ଷାତ

ଭୁବନେଶ୍ୱର, ୧୨/୯(ସକାଳଖବର): ଭାରତରେ ଅବସ୍ଥାପିତ ବି୍ରଟିଶ ଡେପୁଟି ହାଇକମିଶନର ଶ୍ରୀ ବ୍ରୁସ୍ ବକ୍ନେଲ୍ ଆଜି ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସୌଜ୍ୟମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରସ୍ଥିତ ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ କାର୍ଯ୍ୟ କରୁଥିବା ବି୍ରଟିଶ ସୂଚନା କେନ୍ଦ୍ରର କାର୍ଯ୍ୟାବଳୀ ତଥା ଉନ୍ନତିକରଣ ସମ୍ପର୍କରେ ଶ୍ରୀ ବକ୍ନେଲ ଆଲୋଚନା କରିଥିଲେ । ଏହି ସୂଚନା କେନ୍ଦ୍ର ବି୍ରଟ୍ରେନ୍ରେ ଉଚ୍ଚଶିକ୍ଷା, ବୃତିଗତ ତାଲିମ ଓ ସାଂସ୍କୃତିକ ବିନିମୟ ଉପରେ କାର୍ଯ୍ୟ କରୁଛି ଏବଂ ଏହାକୁ ଅଧିକ କି୍ରୟାଶୀଳ କରାଯିବା ନେଇ ଆଲୋଚନାରେ ଗୁରୁତ୍ୱ ପ୍ରକାଶ ପାଇଥିଲା । ଡେପୁଟି ହାଇକମିଶନର ତାଙ୍କ ସୌଜନ୍ୟ ସାକ୍ଷାତ କାଳରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମେତ ବିପୁଳ ସାଂସ୍କୃତିକ ସମ୍ପଦର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ଶ୍ରୀ ବକ୍ନେଲ୍ଙ୍କୁ ଓଡ଼ିଶା ଏବଂ ରଥଯାତ୍ରା ସମ୍ପର୍କିତ କେତେକ ତଥ୍ୟ ସମ୍ବଳିତ ପୁସତକ ଉପହାର ଦେଇଥିଲେ । ଏହି ସାକ୍ଷାତ ସମୟରେ ଓଡ଼ିଶା ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନର ସଚିବ ଡ. ସୁନୀଲ ପଟ୍ଟନାୟକ ଓ ସୂଚନା ତଥା ଲୋକବ୍ୟାପାର ଅଧିକାରୀ ସ୍ୱର୍ଣ୍ଣମୟୀ ଶତପଥୀ ଉପସ୍ଥିତ ଥିଲେ ।

12

Share: