Home » କ୍ରୀଡା » ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

  ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୩୧/୮(ସକାଳଖବର): ବିଡବ୍ଲୁ୍ୟଏଫ୍ ପାରା ବ୍ୟାଡମିଂଟନ ବିଶ୍ୱ ଚମ୍ପିଆନସିପ୍ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଓଡ଼ିଶାର ଶ୍ରୀ ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ଭଗତଙ୍କର ସଫଳତାର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଶର ଯୁବସମାଜ ପାଇଁ ଆଦର୍ଶ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ଭଗତଙ୍କୁ ରୂପା ତାରକସିର ଏକ ଉପହାର ପ୍ରଦାନ କରିବା ସହିତ ୩୦ଲକ୍ଷ ୯୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ।

31

Share: