Home » କ୍ରୀଡା » ଜାତୀୟ କ୍ରୀଡ଼ା ଦିବସ ପାଳନ

ଜାତୀୟ କ୍ରୀଡ଼ା ଦିବସ ପାଳନ

 ଜାତୀୟ କ୍ରୀଡ଼ା ଦିବସ ପାଳନ

କେନ୍ଦ୍ରାପଡ଼ା, ୨୯/୮(ସକାଳଖବର): କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର କ୍ରୀଡା ବିଭାଗ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି । ତିନିମୁହାଣୀ ସ୍ଥିତ କେନ୍ଦ୍ରାପଡା ସାନ୍ଧଂ ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି ।ଏହିଉପଲକ୍ଷେ ଏକ ସାଇକେଲ ର୍ୟାଲି ସାନ୍ଧଂ ମହାବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲା କାର୍ଯ୍ୟାଳୟରେ ପହଂଚିଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ଏହିକାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆୟୋଜିତ ଏହି କ୍ରୀଡା ଦିବସରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାଷୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, କ୍ରୀଡା ସଂସଦର ସଂପାଦକ ସୟଦ ଅକମଲ ଅଲ୍ଲୀ, କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସଙ୍କ ସମେତ ଦେବେନ୍ଦ୍ର ସାହୁ, ଶଶୀରେଖା ସାହୁ, ଜଗଦିଶ ଦାସ, ଶେଖ ଅଜିମୁଦ୍ଧିନ, ସେକ ସଲାଉଦ୍ଧିନ, ସେକ ସୈାକତ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପ୍ରାୟ ୨୦୦ରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

29

Share: