ଅକ୍ଟୋବର ୨ ରୁ “ମୋ ସରକାର” କାର୍ଯ୍ୟକ୍ରମ
ଭୁୁବନେଶ୍ୱର, ୧୬/୮(ସକାଳଖବର): ସାଧାରଣ ଲୋକଙ୍କୁ ତାଙ୍କ ହକ୍ ଦେବା ପାଇଁ ଆମେ ୫-ଟି ମନ୍ତ୍ର କାର୍ଯ୍ୟ କରୁଛୁ । ୫-ଟି କୁ ଆଧାର କରି ଆଗାମୀ ଅକ୍ଟୋବର-୨ ତାରିଖରୁ ଆମେ ଆରମ୍ଭ କରୁୁୁୁଛୁ “ମୋ ସରକାର କାର୍ଯ୍ୟକ୍ରମ” । ଏହି କାର୍ଯ୍ୟକ୍ରମ ପ୍ରଥମେ ରାଜ୍ୟର ସବୁ ଥାନା ଓ ଡାକ୍ତରଖାନାଗୁଡିକରେ କାର୍ଯ୍ୟକାରୀ ହେବ ଏବଂ ୨୦୨୦ ମାର୍ଚ୍ଚ ୫ ତାରିଖ ସୁଦ୍ଧା ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ । ଥାନାରେ ଅଭିଯୋଗକୁ କିପରି ଗୁରୁତ୍ୱ ଦିଆଯାଉଛି ଏବଂ ଡାକ୍ତରଖାନାରେ କିପରି ସେବା ଦିଆଯାଉଛି, ସେକଥା ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଫୋନ୍ କରି ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ । ସେହିପରି ଗା୍ରମାଂଚଳରେ କୌଣସି ଘରକୁ ବିଜୁଳି ଯାଇ ନଥିଲେ ସେ ସଂପର୍କରେ ପଂଚାୟତରେ ଆବେଦନ କଲେ ୪୮ ଘଣ୍ଟା ମଧ୍ୟରେ ବିଜୁଳି େଯାଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହିସବୁ କାର୍ଯ୍ୟକ୍ରମ ସରକାର ଏବଂ ଲୋକଙ୍କ ସଂପର୍କକୁ ଆହୁରି ମଜବୁତ କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କ ଜୀବନରେ ବହୁତ ବଡ ପରିବର୍ତନ ଆଣିବ । ସ୍ୱାଧୀନତା ଦିବସ ପାଳନ ଅବସରରେ ସମସ୍ତେ ମିଳିମିଶି ଲୋକମାନଙ୍କ କଲ୍ୟାଣ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟସ୍ତରୀୟ ୭୩ ତମ ସ୍ୱାଧୀନତା ଦିବସ ଗତକାଲି ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉସôବରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିଥିଲେ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସମେତ ସ୍ୱାଧୀନତା ଆନେ୍ଦାଳନର ଅଗଣିତ ସଂଗ୍ରାମୀଙ୍କ ସହିତ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ସାରା ବିଶ୍ୱ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉସôବ ପାଳନ କରୁଛି । ଗାନ୍ଧିଜୀଙ୍କ ବିଚାର ଓ ଆଦର୍ଶର ପ୍ରାସଙ୍ଗିକତା ଆମେ ଅଧିକ ଅନୁଭବ କରୁଛୁ । ଏହି ଅବସରରେ ‘ଅଂହିସା’ ଶବ୍ଦକୁ ସଂବିଧାନର ମୁଖବନ୍ଧରେ ସ୍ଥାନିତ କରିବାର ଦାବୀକୁ ସେ ପୁନର୍ବାର ଦୋହରାଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ, ସ୍ୱରାଷ୍ଟ୍ର ବିଭାଗ ଅରିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ, ପୁଲିସ୍ ଡିଜି ଶ୍ରୀ ବିଜୟ କୁମାର ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ପତାକା ମଂଚ ନିକଟକୁ ପାଛୋଟି ନେଇଥିଲେ ।