ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍ୟାପିତ
ନୂଆପଡା, ୧୬/୮(ସକାଳଖବର): ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାଜା ଆର୍ତତ୍ରାଣ ହାଇସ୍କୁଲ ଖେଳପଡିଆ ଠାରେ ଅନୁଷ୍ଠିତ ୧୨ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଜାମଖୁଂଟା ଓ ସତିଘାଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସତିଘାଟ ଦଳକୁ ଜାମଖୁଣ୍ଟା ଦଳ ୧-୦ ଗୋଲରେ ପରସ୍ତ କରି ବିଜୟୀ ହୋଇଥିଲା । ଏହି ଉଦ୍ୟାପନୀ ଖେଳରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଭାଇଚାରା ରଖି ଖେଳ ଖେଳିବାକୁ ଖେଲାଲି ମାନଙ୍କୁ ଉସôାହିତ କରିଥିଲେ । ଏହି ଖେଳରେ ରାଜା ଅନୁପ ସିଂ ଦେଓ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ସଭାପତି ଅଙ୍କିତ ସିଂ ଦେଓ ଅଧ୍ୟକ୍ଷତା କରିଥିଲେ । ବିଜେତା ଏବଂ ଉପ ବିଜେତା ଦଳଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ମେମୋରିଆଲ ଫୁଟବଳ ଟୁର୍ଣ୍ଣାମେଂଟର ସମସ୍ତ ସମସ୍ୟ ସହଯୋଗ କରିଥିଲେ ।