Home » ଆଇନ » ଦୁଷ୍କର୍ମକାରିଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଦୁଷ୍କର୍ମକାରିଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

   ଦୁଷ୍କର୍ମକାରିଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ନୂଆପଡା, ୬/୮(ସକାଳଖବର): ନୂଆପଡା ଜିଲ୍ଲା ଖଡିଆଳ ଦୌରାଜଜ ପ୍ରଦୀପ କୁମାର ପ୍ରଧାନ ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଟଙ୍କା ପିଡିତାଙ୍କୁ କ୍ଷତିପୂରଣ ସ୍ୱରୁପ ପ୍ରଦାନ କରାଯିବା ପାଇଁ ଆଦେଶ କରିଥିବା ବେଳେ ପିଡିତାଙ୍କୁ ଅତିରିକ୍ତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ସୁପାରିସ କରିଛନ୍ତି । ସବିଶେଷ ବିବରଣୀ ଅନୁଯାୟୀ ପିଡିତାଙ୍କ ଏକ କମ୍ପେନ କେଶର ଆଧାରରେ ସିନାପାଲି ପୋଲିସ ଅଭିଯୁକ୍ତ ସିନାପାଲି ଥାନାର ସିଙ୍ଗଝର ଗ୍ରାମର ସନ୍ତୋଷ ରାଉତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୨, ୩୭୬, ୩୬୬ ଓ ୩୦୫ ଅନୁସାରେ ଚାର୍ଜସିଟ ଦାଖଲ କରିଥିଲେ । ଖଡିଆଳ ସହକାରୀ ଦୌରାଜଜଙ୍କ ଅଦାଳତର ମୋକର୍ଦ୍ଧମା ସଂଖ୍ୟା ଏସଟି-୪୫/୨୦୧୬ ରେ ଉକ୍ତ ମାମଲା ବିଚାର ହେବା ପରେ ମାନ୍ୟବର ଅଦାଳତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଧାରା ୩୪୨, ୩୬୬ ୫୦୬ ରେ ନିଦେ୍ର୍ଧାଷ ସାବିତ କରିଥିବା ବେଳେ ସାକ୍ଷ୍ୟ ମାନଙ୍କ ପ୍ରମାଣ ଆଧାରରେ ଅଭିଯୁକ୍ତ ସନ୍ତୋଷ ରାଉତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଉକ୍ତ ମାମଲାକୁ ପିଡିତାଙ୍କ ତରଫରୁ ସରକାରୀ ଓକିଲ ବାଂଛାନିଧି ବେହେରା ପରିଚାଳନା କରିଥିଲେ । ପ୍ରକାଶ ଥାଉକି ମାନ୍ୟବର ଜଜ ଖଡିଆଳ କୋର୍ଟରେ ଯୋଗଦାନ ପରେ ଏହା ତାଙ୍କର ପ୍ରଥମ ରାୟ ଅଟେ ।

6

Share: