ଦିତୀୟ ବିବାହ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ, ୩୧/୭(ସକାଳଖବର): ମିଛ କଥା କହି ଜୈନେକ ମହିଳାଙ୍କୁ ଦିତୀୟ ବିବାହ କରିଥିବା ଏକ ମାମଲାକୁ ବିଚାର କରି ବୌଦ୍ଧ ଜିଲା ଦୌରାଜଜ ଅରବିନ୍ଦ କୁମାର ଗୁରୁ ଅଭିଯୁକ୍ତ ଲକ୍ଷ୍ମୀ ଚରଣ ମେହେରକୁ ୩ ବର୍ଷ କାରାଦଣ୍ଡ ଦେବା ସହିତ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ବୌଦ୍ଧଜିଲା ମନମୁଣ୍ଡା ଥାନା ଗବଜୋର ଗ୍ରାମର ଲକ୍ଷ୍ମୀ ଚରଣ ମେହେର ସମ୍ବଲପୁର ଜିଲା ରେଢାଖୋଲ ଥାନାର ଖଣ୍ଡହତା ଗା୍ରମର କାନ୍ତି ବେହେରାଙ୍କୁ ଖଣ୍ଡହତା ଶିବ ମନ୍ଦିର ଠାରେ ବିବାହ କରିଥିଲେ । ପରେ କାନ୍ତି ଜାଣିବାକୁ ପାଇଲେ ଯେ, ଲକ୍ଷ୍ମୀ ଚରଣ ପୂର୍ବରୁ ବିବାହିତ ଓ ତାଙ୍କର ପିଲା ଛୁଆ ମଧ୍ୟ ଅଛନ୍ତି । ବିବାହ ପରେ ଲକ୍ଷ୍ମୀଚରଣ କାନ୍ତିକୁ ମାଡ ପିଟ କରିବା ସହିତ ନିର୍ଯ୍ୟାତନା ଦେଇଆସୁଥିଲେ ଏବଂ ତାଙ୍କର ୭ ମାସର ଶିଶୁ ପୁତ୍ରକୁ ବିକ୍ରି କରିବାକୁ ଉଦ୍ୟମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।