କମିସନଙ୍କ ଠାରେ ହାଜର ହେଲାନି ଏ ଏମ ସଂସ୍ଥା ନିଦେ୍ର୍ଧଶକ
କଟକ,୧୭ା୫(ସକାଳଖବର): ଏ ଏମ ଚିଟପଣ୍ଡ ସଂସ୍ଥା ନିଦେ୍ର୍ଧଶକ ତଥା ପଟ୍ଟାମୁଣ୍ଡାଇ ଅଞ୍ଚଳର ବାସିନ୍ଦା ଦୀପକ କୁମାର ବେହେରାଙ୍କୁ କମିସନ ଜଷ୍ଟିସ ମଦନ ମୋହନ ଦାସ ପୁଣି ନୋଟିସ ଜାରି କରିଛନ୍ତି । ଆସନ୍ତା ଜୁନ ମାସ ୨୧ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ସଂପର୍କରେ ଜବାବ ରଖିବା ପାଇଁ ଏହି ନୋଟିସରେ ଦର୍ଶାଯାଇଛି । ତେବେ ଏହି ସଂସ୍ଥା ପକ୍ଷରୁ ତାଙ୍କ ଓକିଲ ହାଜର ହୋଇ ଦର୍ଶାଇଥିଲେ ଯେ ୮ରୁ ଊଦ୍ଧ୍ୱର୍ ଜମାକାରୀଙ୍କୁ କମ୍ପାନୀ ଅର୍ଥ ଫେରସ୍ତ କରିଛି । ତେବେ କମିସନ ଏହାକୁ ଗ୍ରହଣ ନକରି ନୋଟିସ ଜାରି କରିଥିଲେ ।