ଜେଲରୁ ମୁକୁଳିଲେ ସାରଥୀ

କଟକ, ୨୫/୭(ସକାଳଖବର) ଆତ୍ମ ଘୋଷିତ ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ ଆଜି ଜେଲରୁ ମୁକୁଳିଛନ୍ତି । ଚୌଦ୍ୱାର ଜେଲରୁ ସାରଥୀଙ୍କୁ କଡ଼ା ସୁରକ୍ଷା ବଳୟରେ ପୋଲିସ୍ ବାହାରକୁ ଆଣିଛି । ଦୀର୍ଘ ୪ ବର୍ଷ ଜେଲ୍ ରେ ରହିବା ପରେ ସେ ମୁକୁଳିଛନ୍ତି । ଗତ ୨୨ ତାରିଖରେ ହାଇକୋର୍ଟ ସାରଥୀଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ହାଇକୋର୍ଟଙ୍କ ଜାମିନ ଆଦେଶକୁ ଗୁରୁବାର କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ଦାଖଲ କରାଯାଇଥିଲା । ସେଠାରୁ ଚୌଦ୍ୱାର ଜେଲକୁ ରିଲିଜ ଅଡର୍ର୍ ଯାଇଥିଲା । ଏହି ଅଡର଼୍ର ଆସିବା ପରେ ସାରଥୀ ଜେଲରୁ ବାହାରିଛନ୍ତି । ସୂଚନାଯୋଗ୍ୟ ଯେ ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା' ଓ ଝିଅଙ୍କ ପକ୍ଷରୁ ଦାଏର ମାମଲାରେ ହାଇକୋର୍ଟ ଜାମିନ ଦେଇଛନ୍ତି । ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଏସଡିଜେଏମଙ୍କ ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ଏପରିକି ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ ରଖିଛନ୍ତି ।