କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ମାମଲା
କଟକ,୧୬ା୫(ସକାଳଖବର): ଜମି ଦେବା ନାଁରେ ଠକେଇ କରି ଗିରଫ ହୋଇଥିବା ଅବସରପ୍ରାପ୍ତ ଲେଫନ୍ୟାଣ୍ଟ କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ବୁଧବାର ଆବେଦନକାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ରାଜ୍ୟ ସରକାର ଏକ ରିପୋର୍ଟ ଦାଖଲ କରିଛନ୍ତି । ଏହି ମାମଲାରେ ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଜେଲ ଡାକ୍ତର ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷାନିରୀକ୍ଷା କରି କର୍କଟ ରୋଗରେ ଆକ୍ରାନ୍ତ ଥିବା କୋର୍ଟଙ୍କୁ ଜଣାଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଟୁକୁନା କୁମାର ମିଶ୍ର, ନିକୁଞ୍ଜ ଦେଓ ମାମଲା ପରିଚାଳନା କରୁଛନ୍ତି । ସୂଚନାଯୋଗ୍ୟ ସୈନ୍ୟ ବାହିନୀରେ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଜମି ଯୋଗାଇଦେବା ପାଇଁ ଅବସରପ୍ରାପ୍ତ ଲେଫନ୍ୟାଣ୍ଟ କର୍ଣ୍ଣେଲ ରାକେଶ ରଣା କୋଟିକୋଟି ଟଙ୍କା ଠକେଇ କରିଥିବା ଅଭିଯେଗା ହୋଇଛି ।