ବିଶ୍ୱ ଯକ୍ଷ୍ମା ଦିବସ ପାଳିତ
ଅନୁଗୋଳ,୨୪/୩(ସକାଳଖବର): ଯକ୍ଷ୍ମା ରୋଗର ଭୟାବହତା ଓ ଏହାର ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦେ୍ଧଶ୍ୟରେ ଆଜି ବିଶ୍ୱସ୍ତରରେ ଯକ୍ଷ୍ମା ଦିବସ ପାଳିତ ହେଉଛି । ଏହି ଉପଲକ୍ଷେ ଜିଲା ମୁଖ୍ୟ ଚିକିସôାଳୟର ପ୍ରଶିକ୍ଷଣ ୟୁନିଟ୍ରେ ଆୟୋଜିତ ସଭାରେ ଜିଲାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଅତୁଲ୍ୟ କୁମାର ଚମ୍ପତିରାୟ ମୁଖ୍ୟ ଅତିଥି ଭାବେ ଯୋଗଧେି ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ସରକାରଙ୍କ ଅତ୍ୟାଧୁନିକ ଚିକିସôା ପଦ୍ଧତି ସମ୍ପର୍କରେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଚଳିତ ବର୍ଷର ବାର୍ତ୍ତା ଯକ୍ଷ୍ମାମୁକ୍ତ ବିଶ୍ୱ ପାଇଁ ଏହା ପ୍ରକୃଷ୍ଟ ସମୟ ଉପରେ ପ୍ରକଳ୍ପ ନିଦେ୍ର୍ଧଶକ ଆଲୋକପାତ କରିବା ସହ ସମସ୍ତଙ୍କର ମିଳିତ ସହଯୋଗରେ କୌଣସି ଯକ୍ଷ୍ମା ରୋଗୀକୁ ବାଦ ନଦେଇ ଏହାର ପରିସମାପ୍ତି ଘଟାଇବା ହେଉଛି ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ବୋଲି ପ୍ରକାଶ କରିଥିଲେ । ସତର୍କତା ଅବଲମ୍ବନ ପୂର୍ବକ ରୋଗକୁ ଜାଣିଲେ ଓ ସଠିକ ସମୟରେ ଚିକିସôା କଲେ ଯକ୍ଷ୍ମା ଭଳି ମାରାତ୍ମକ ରୋଗକୁ ଯକ୍ଷ୍ମା ମୁକ୍ତ ରାଜ୍ୟରେ ପରିଣତି କରିବା ନିମନ୍ତେ ସମସ୍ତେ ଦାୟିତ୍ୱର ସହ ସମ୍ମିଳିତ ଭାବେ କାର୍ଯ୍ୟକରି ଗ୍ରାମାଞ୍ଚଳର ତୃଣମୂଳ ସ୍ତରରେ ଥିବା ଆକ୍ରାନ୍ତ ଲୋକମାନଙ୍କୁ ଏହି ରୋଗରୁ ରକ୍ଷା କରିବା ଉପରେ ପ୍ରକଳ୍ପ ନିଦେ୍ର୍ଧଶକ ଗୁରୁତ୍ୱାରୋପ କରିଥିଲେ । ଜିଲାରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ସହ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦେ୍ଧଶ୍ୟରେ ଜିଲା ଖଣିଜ ପାଣ୍ଠିରୁ ଆବଶ୍ୟକ ଅନୁଦାନ ଯୋଗାଇ ଦିଆଯାଉଛି ବୋଲି ପ୍ରକଳ୍ପ ନିଦେ୍ର୍ଧଶକ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଜିଲା ମୁଖ୍ୟ ଚିକିସôାଧିକାରୀ ଡ଼ା. ଅମରେନ୍ଦ୍ରନାଥ ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଏହି ରୋଗର ନିରାକରଣ ନିମନ୍ତେ ସାମୂହିକ ଉଦ୍ୟମ ଓ ଲୋକମାନଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲା ଯକ୍ଷ୍ମା ଅଧିକାରୀ ଡ଼ା. ତ୍ରିଲୋଚନ ପ୍ରଧାନ ପାୱାର ପଏଣ୍ଟ ମାଧ୍ୟମରେ ଯକ୍ଷ୍ମା ରୋଗର ପୃଷ୍ଠଭୂମି ଓ ଏହାର ଚିକିସôା ପଦ୍ଧତି ଉପରେ ସୂଚନା ପ୍ରଦାନ କରିଥିଲେ । ଏହାଛଡ଼ା ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ସରକାରଙ୍କ ତରଫରୁ ଯକ୍ଷ୍ମା ରୋଗୀଙ୍କର ଚିକିସôା ତଦାରଖ ନିମନ୍ତେ ୨୦୧୬ ମସିହାରୁ ଅନଲାଇନରେ ସୁଚନା “ନିକ୍ଷୟ” ଆରମ୍ଭ ହୋଇଛି ବୋଲି ସେ ପ୍ରକାଶ କରିଥିଲେ । ପୃଥିବୀରେ ପ୍ରତି ୫ ଜଣରେ ୨ଜଣ ଯକ୍ଷ୍ମାରେ ଆକ୍ରାନ୍ତ ହେଉଛନ୍ତି । ଆମ ରାଜ୍ୟରେ ଏହି ରୋଗରେ ୪୫ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଜିଲାରେ ବର୍ଷକୁ ୧୨୦୦ ଲୋକ ଆକ୍ରାନ୍ତ ହେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡ଼ିଏମ୍ଓ (ଜନସ୍ୱାସ୍ଥ୍ୟ) ଡ଼ା. ରାକେଶ ସାହୁ, ଏଆରଟି ସେଣ୍ଟରର ଏସ୍ଏସ୍ଓ ଡ଼ା. ଶାସ୍ୱତ ସାଗର ମିଶ୍ରଙ୍କ ସମତେ ବିଭିନ୍ନ ଚିକିସôାଳୟର ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ଓ ଦିବ୍ୟ ନର୍ସିଂହୋମର ଛାତ୍ରୀମାନେ ଯୋଗଦେଇଥିଲେ ।