ଗ୍ରାମ ପଞ୍ଚାୟତ ଗୃହ ଭୂମି ପୂଜନ
ଅନୁଗୋଳ,୬/୩(ସକାଳଖବର): ସହର ଉପକଣ୍ଠ ରାଣୀଗୋଡ଼ାଠାରେ ସକାଳ ଘ.୯.୪୫ ମିନିଟ୍ ସମୟରେ ସରପଞ୍ଚ ମମତା ସାହୁଙ୍କ ପୌରହିତ୍ୟରେ ୩୪ ଲକ୍ଷ ଟଙ୍କା ବ୍ୟୟରେ ଅଟକଳରେ ନିର୍ମିତ ହେବାକୁ ଥିବା ପଞ୍ଚାୟତ କାର୍ଯ୍ୟାଳୟ ଗୃହ ସ୍ଥାନୀୟ ବଲ୍ଲିଆ ସାହିଠାରେ ଭୂମି ପୂଜନ ଉସôବ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ୪ ଘଟିକା ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଛି । ଆୟୋଜିତ ସଭାରେ ସରପଞ୍ଚ ମମତା ସାହୁ ସଭାପତିତ୍ୱ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଜିଲା ପଞ୍ଚାୟତ ଅଧିକାରୀ ରାଜକିଶୋର ଦାସ, ବିଜୁ ଜନତା ଦଳ ପଞ୍ଚାୟତ ସଭାପତି ଦାମୋଦର ଦାସ, ସମିତିସଭ୍ୟା ଅଞ୍ଜଳୀ ଦେହୁରୀ, ପ୍ରାକ୍ତନ ଗ୍ରାମ ପଞ୍ଚାୟତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସିଂ ସାମନ୍ତ ଉପସ୍ଥିତ ଥିଲେ । ମଞ୍ଚାସୀନ ଅତିଥିଗଣ ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ଭୂମିକା ଓ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଗୁଡ଼ିକର ସୁଫଳ ପାଇବା ନିମନ୍ତେ ନାଗରିକ ମାନଙ୍କ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇôା ସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମହନୀୟ ଗୁଣାବଳୀ ଆଲୋକପାତ କରିଥିଲେ ।