ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ୧୦ମ ବାର୍ଷିକ ଉସôବ
ଅନୁଗୋଳ,୩/୩(ସକାଳଖବର): ଉନ୍ନତ ସମାଜ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଣୁ ପ୍ରତ୍ୟେକ ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଆବଶ୍ୟକ । ଫଳରେ ଉନ୍ନତ ସମାଜ ଗଠନରେ ସହାୟକ ହୋଇପାରିବ । ଏଥିପାଇଁ ପିତାମାତା, ଅଭିଭାବକମାନେ ସଯତ୍ନ ହେବା ସହ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉନ୍ନତ ଶିକ୍ଷାଦାନ ପ୍ରଣାଳୀ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । କାରଣ ଶିକ୍ଷାନୁଷ୍ଠାନ ହେଉଛି ମଣିଷ ତିଆରି କାରଖାନା । ଏଣୁ ସବୁ ସ୍ତରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିର ୧୦ମ ବାର୍ଷିକ ଉସôବ ପାଳନ ଅବସରରେ ଅତିଥିଗଣ ମତବ୍ୟକ୍ତ କରିଥିଲେ । ଗତକାଲି ସନ୍ଧ୍ୟାରେ ଟିଭି ସେଣ୍ଟର ସାମ୍ନାସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା ସଂପାଦକ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ୧୦ମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟଅତିଥି ଭାବେ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଓଡିଆ ଅଧ୍ୟାପକ ତଥା ଓମ୍ ବିଦ୍ୟାଭାରତୀ କଲେଜ ଅଧ୍ୟକ୍ଷ କ୍ଷୀରୋଦ କୁମାର ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ସମାଜ ସେବୀ ତଥା ସାମ୍ବାଦିକ ସଂଘ ସଭାପତି ପର୍ଶୁରାମ ଦାଶ ଓ ଘରୋଇ ସ୍କୁଲ ସଂଘ ସଭାପତି ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ପ୍ରାଥମିକ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଦ୍ୟାମନ୍ଦିରର ମେଧାବୀ ଓ କୃତୀ ଛାତ୍ରଛାତ୍ରୀ ଗୌରବ ଚନ୍ଦ୍ର ରାଉତ, ଜ୍ୟୋତିପ୍ରକାଶ ନାୟକ, ଶୁଭଶ୍ରୀ ଶତପଥୀ, ଅଙ୍କିତା ପ୍ରିୟଦର୍ଶନୀ ପଟ୍ଟନାୟକଙ୍କ ସମେତ ବାର୍ଷିକ କ୍ରୀଡ଼ାରେ ଚମ୍ପିଆନ ହୋଇଥିବା ଛାତ୍ର ଶକ୍ତିପ୍ରସାଦ ଅମାନ୍ତ, ସମ୍ବିତ ଗଡ଼ନାୟକ, ଅର୍ଜୁନ ରାଜପାଲ ଏବଂ ବାର୍ଷିକ କ୍ରୀଡ଼ାର କୃତୀ ଅଭିଭାବିକା ପ୍ରତିମା ବେହେରା,ସବିତା ସାହୁ, ତପସ୍ୱିନୀ ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ବିଦ୍ୟାମନ୍ଦିରର ପୁରାତନ କୃତୀ ଛାତ୍ରୀ ମଧୁସ୍ମିତା ଗଡ଼ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ସମର୍ପିତ ଶିକ୍ଷା ସେବା ପାଇଁ ଶିକ୍ଷୟତ୍ରୀ ବିନୋଦିନୀ ଦାସ, ସହଯୋଗୀ ଅଭିଭାବକ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ଖଟୁଆ, ଶ୍ରେଷ୍ଠ ଅଭିଭାବକ ଭାବେ ଜୟକୃଷ୍ଣ ନାଏକ ଏବଂ ପୂର୍ବତନ ଆୟା ମାଳତୀ ବିଶ୍ୱାଳ ପ୍ରମୁଖଙ୍କୁ ଉତ୍ତରୀୟ,ଉପଢେ଼øକନ ଓ ମାନପତ୍ର ଦେଇ ଅତିଥିମାନେ ସମ୍ବର୍ଦ୍ଧନା କରିଥିଲେ ।