ଏମ୍ଜିଏନ୍ଏଫ୍ଜିଏର ବିଭିନ୍ନ ଯୋଜନା ପ୍ରସ୍ତୁତି କର୍ମଶାଳା
ଅନୁଗୋଳ,୭/୨(ସକାଳଖବର): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବୈଜ୍ଞାନିକ ତଥ୍ୟବଳୀ ଉପରେ ମୋବାଇଲ ଆପ୍ଲିକେସନ ବ୍ୟବହାରକୁ ଡେ଼ି ଏକ ଦିନିକିଆ କର୍ମଶାଳା ଗତକାଲି ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲାପାଳ ଅନିଲ କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହ ସଠିକ ତଥ୍ୟବଳୀକୁ ନେଇ ଏକ ବାସ୍ତବ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲାରେ ଉପଲବଧି ଥିବା ଭିତ୍ତିଭୂମିକୁ ବ୍ୟବହାର କରିବା ସହ ସମ୍ପୂର୍ଣ୍ଣ ତଥ୍ୟବଳୀ ଆଧାରରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟକ୍ଷମ କରିବାକୁ ଜିଲାପାଳ ଉପସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ନ ନିଦେ୍ର୍ଧଶକ ଅତୁଲ୍ୟ କୁମାର ଚମ୍ପତିରାୟ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଫାଉଣ୍ଡେସନ ଫର ଲାକୋଲୋଜିକାଲ ସିକ୍ୟୁରିଟି (ଏଫ୍ଇଏସ୍)ର ଜିଲା ମୁଖ୍ୟ ସ୍ୱପ୍ନା ଷଡ଼ଙ୍ଗୀ ସାଧନକର୍ମୀ ଭାବେ ଯୋଗଦେଇ ମୋବାଇଲ ଆପ୍ଲିକେସନର ପ୍ରସ୍ତୁତି ପ୍ରକ୍ରିୟା ଓ ଏଥିରେ ଦିଆଯାଇଥିବା ତଥ୍ୟବଳୀ ତଥା ଏହାର ବ୍ୟବହାର ପ୍ରକ୍ରିୟା ଉପରେ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ । ଏଫ୍ଇଏସ୍ ସଂସ୍ଥା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଆପ୍ଲିକେସନ ଦ୍ୱାରା ଯେ କୌଣସି ଅଞ୍ଚଳର ଜଳଧାରଣାର କ୍ଷମତାକୁ ଆକଳନ କରାଯାଇପାରିବା ସହ ଜମିର ଉପଚାର ପାଇଁ କେଉଁଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନିଆଯାଇପାରିବ । ଏହି ଆପ୍ ସମସ୍ତ ଆଣ୍ଡୁଏଡ଼୍ ଥିବା ମୋବାଇଲରେ ବ୍ୟବହାର କରାଯାଇପାରିବ । ଏହି ଆପ୍ ବ୍ୟବହାର ଦ୍ୱାରା ଏମ୍ଜିଏନ୍ଆର୍ଜିଏର ବିଭିନ୍ନ ଯୋଜନାରେ ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ନିଆଯାଉଥିବା କାର୍ଯ୍ୟକ୍ରମଗୁଡ଼ିକ ବିଶେଷ ଫଳପ୍ରଦ ହୋଇପାରୁଛି । କର୍ମଶାଳାରେ ଉପସ୍ଥିତ ବିଭାଗୀୟ କର୍ମକର୍ତ୍ତାମାନେ ଏହି ଆପ୍କୁ ନିଜ ନିଜ ମୋଇବାଲରେ ପରୀକ୍ଷା କରିଥିଲେ । ରାଜ୍ୟ ପଞ୍ଚାୟତରାଜ ଓ ପାନୀଳଜଳ ଓ ଏଫଇଏସ୍ ମଧ୍ୟରେ ହୋଇଥିବା ଚୁକ୍ତିନାମା ଆଧାରରେ ଏହି କର୍ମଶାଳା ଆୟୋଜନ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ଆଠଟି ଜିଲାରେ ଏହି ଆପ୍ଲିକେସନ ବ୍ୟବହାର କରି ଯୋଜନା ପ୍ରସ୍ତୁତ କରାଯିବ ।