ନାଲକୋରୁ ସୁୂନା, ଟଙ୍କା ଚୋରି
ଅନୁଗୋଳ,୧୦/୧(ସକାଳଖବର): ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀର ବି-ଟାଇପ କ୍ୱାଟର ନଂ ୨୨/୫୬ରେ ରହୁଥିବା ନାଲକୋ କର୍ମଚାରୀ ବିକାଶ ସ୍ୱାଇଁଙ୍କର ଘରୁ ୩୦ ହଜାର ଟଙ୍କା ସମେତ ସୁନା ଗହଣା ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ନାଲକୋ କମ୍ପାନୀର ଡେ଼ପୁଟି ମ୍ୟାଜେନର ବିକାଶ ସ୍ୱାଇଁ ଗୋଟିଏ ଦିନ ପୂର୍ବରୁ ପରିବାର ସହ ବାହାରକୁ ଯାଇଥିଲେ । ତେବେ ଗତକାଲି ଆସି ଦେଖିଲା ବେଳକୁ ତାଙ୍କ କ୍ୱାଟର ତାଲା ଭାଙ୍ଗି ୩୦ ହଜାର ଟଙ୍କା ସୁନା ଚୁଡ଼ି, କାନଫୁଲ ଇତ୍ୟାଦି ଚୋରୀ ହୋଇଯାଇଛି । ଏନେଇ ଶ୍ରୀ ସ୍ୱାଇଁ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ଦତନ୍ତ ଜାରି ରଖିଛି ।