ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୦୪୫ ପ୍ରକଳ୍ପ ମଂଜୁରୀ
ଭୁବନେଶ୍ୱର, ୧୧/୧୨(ସକାଳଖବର): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ମଙ୍ଗଳବାର ୪ଟି ଜିଲ୍ଲାର ୫ ଟି ବ୍ଲକ୍ ର ୧୧୪ଟି ପଂଚାୟତ ପାଇଁ ୨୩.୭୨ କୋଟି ଟଙ୍କାରେ ୧୦୪୫ ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ର ୨୬ଟି ପଂଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୪୦ଟି ପ୍ରକଳ୍ପକୁ ମଂଜୁରୀ ଦେଇଥିବା ବେଳେ ଏମ. ରାମପୁର ବ୍ଲକ୍ ର ୧୯ଟି ପଂଚାୟତ ପାଇଁ ୩.୮୦ କୋଟି ଟଙ୍କାରେ ୧୩୬ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ସେହିପରି କଟକ ଜିଲ୍ଲାର ନରସିଂହପୁର ବ୍ଲକ୍ ର ୩୭ଟି ପଂଚାୟତ ପାଇଁ ୫.୯୭ କୋଟି ଟଙ୍କାରେ ୩୨୦ଟି ପ୍ରକଳ୍ପ , କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ୍ ର ୧୬ଟି ପଂଚାୟତ ପାଇଁ ୪.୯୦ କୋଟି ଟଙ୍କାରେ ୨୧୫ଟି ପ୍ରକଳ୍ପ ଓ ମୟୁରଭଂଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ ର ୧୬ଟି ପଂଚାୟତ ପାଇଁ ୩.୬୦ କୋଟି ଟଙ୍କାରେ ୧୩୪ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ମିଳିଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ମୁଖ୍ୟମନ୍ତ୍ର୍ରୀ ରାଜ୍ୟର ୨୬୦ ବ୍ଲକ୍ ର ୫୬୫୨ ଟି ଗ୍ରାମ ପଂଚାୟତ ସହିତ ଆଲୋଚେନା ମାଧ୍ୟମରେ ୫୨,୨୭୪ ଟି ପ୍ରକଳ୍ପ ପାଇଁ ୧୨୮୪ .୯୨ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ ,ବିଧାୟକ,ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ , ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।