ଓଡ଼ିଶା ବ୍ରିଗେଡ଼୍ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉସôବ
ଅନୁଗୋଳ,୪/୧୨(ସକାଳଖବର):ତୁରଙ୍ଗସ୍ଥିତ ଓଡ଼ିଶା ବ୍ରିଗେଡ଼୍ ସ୍କୁଲର ୨୨ତମ ବାର୍ଷିକ କ୍ରୀଡ଼ା ଉସôବ ବିଦ୍ୟାଳୟର ସଂପାଦକ ତଥା ଅଧ୍ୟକ୍ଷ ରାମାନନ୍ଦ ପଣ୍ଡା ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉସôବର ପତାକା ଉତ୍ତୋଳନ କରି କ୍ରୀଡ଼ାର ମହତ୍ୱ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବା ପରେ ପିଟିସିର ଅବସର ପ୍ରାପ୍ତ ଡ଼ିଏସ୍ଆଇ ଭରତ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ କୁରୁଡେ଼ାଲ ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ୩ ଓ ୪ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତିଯୋଗୀତାରେ ଯୋଗଦେଇ କୃତିତ୍ୱ ହାସଲ କରିଥିବା ବେଳେ ପ୍ରାକ୍ ଶ୍ରେଣୀର ଛାତ୍ର ଆଶିଷ କୁମାର ସାହୁ ଚମ୍ପିୟାନ ହୋଇଥିବାବେଳେ ପ୍ରାଥମିକ ଶ୍ରେଣୀର ପଞ୍ଚମ ଶ୍ରେଣୀ ଛାତ୍ର ଦେବ ଗୋପ୍ ଚମ୍ପିୟାନସିପ୍ ହାସଲ କରିଛନ୍ତି । ଛାତ୍ରୀମାନଙ୍କୁ ବିଦ୍ୟାଳୟର ବାର୍ଷିକ ଉସôବରେ ପୁରସ୍କାର ବିତରଣ କରାଯିବାର ସୂଚନା ଅଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତାର ସମାପନ କରାଯାଇଅଛି ।