ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଆନେ୍ଦାଳନ
ଅନୁଗୋଳ, ୩/୧୨(ସକାଳଖବର): ଅନୁଗୁଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସମାଧାନ ପାଇଁ ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପରସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା, ଜିଲ୍ଲାର ଆଠମଲ୍ଲିକ, ପାଲଲହଡା, ତାଳଚେର ଉପଖଣ୍ଡ ଡାକ୍ତରଖାନା ସମେତ ସମସ୍ତ ଡାକ୍ତରଖାନାରେ ଖାଲିପଡିଥିବା ବିଶେଷଜ୍ଞ ଡାକ୍ତର, ନର୍ସ, କର୍ମ·ରୀ ପଦବୀ ପୂରଣ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ପୋଲଟ୍ରି ଫାର୍ମ ଜାଗାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରିବା ଦାବିରେ “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି”ପକ୍ଷରୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆନେ୍ଦାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଆନେ୍ଦାଳନକୁ ଆହୁରି ବ୍ୟାପକ କରିବା ପାଇଁ ଆଜି ଅପରାହ୍ନରେ କମିଟିର ଆବାହକ ଆଇନ୍ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ସ୍ମୃତିପାଠାଗାର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଅନ୍ୟତମ ଆବାହାକ ଶିକ୍ଷାବିତ୍ ଅଭିମନୁ୍ୟ ସ୍ୱାଇଁ, ଆଇନ୍ଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ହେମନ୍ତ ଦାସ, ଦାମୋଦର ଦାସ, ବ୍ରଜବନ୍ଧୁ ସାହୁ, ନିରୋଦ ଚନ୍ଦ୍ର ପାଳ, ଭିକାରୀ ପ୍ରଧାନ, ତୀର୍ଥବାସୀ ଭୋଇ, ଅଶୋକ କୁମାର ପ୍ରଧାନ, କିଶୋର ଚନ୍ଦ୍ର ରାଉଳ, ମାନସ ପାଳ, ପ୍ରସାଦି ପ୍ରଧାନ, ନବକିଶୋର ପ୍ରଧାନ, ସଞ୍ଜୟ ସାହୁ, ମାନସୀ ସ୍ୱାଇଁ, ନିରୂପମା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମାଧାନ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଉଦାସୀନତାକୁ ତୀବ୍ର ନିନ୍ଦା କରିଥିଲେ । ତାଳଚେର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ ନକରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ବ୍ୟାପକ ଶକ୍ତିଶାଳୀ ଆନେ୍ଦାଳନ ଗଢ଼ି ତୋଳିବା ନିମନ୍ତେ ସମସ୍ତେ ଦୃଢ଼ ମତ ଦେଇଥିଲେ । ଏଥିପାଇଁ ୨୭ ଡିସେମ୍ବରରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ପାଇଁ ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।