୨୪୧ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ପ୍ରଦାନ
ବାରିପଦା, ୧/୧୨(ସକାଳଖବର): ଭୂବନେଶ୍ୱର ଆଲିମ୍କୋ ଓ ମୟୂରଭଞ୍ଜ ଜିଲ୍ଲାପ୍ରଶାସନର ମିଳିତ ଆନୁକୂଲ୍ୟରେ ବାରିପଦାସ୍ଥିତ ଜିଲ୍ଲା ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ର ପରିସରରେ ଏକ ଦିବ୍ୟାଙ୍ଗ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବକୁ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରି ସମବେତ ହିତାଧିକାରୀମାନଙ୍କୁ ଉଦବୋଧନ ଦେଇଥିଲେ । ସେହି ସମ୍ମାନୀତ ଅତିଥି ଭାବେ ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ଯୋଗ ଦେଇ ପାରି ନଥିବାରୁ ତାଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତା ପାଠ କରାଯାଇଥିବା ବେଳେ ଅଲିମ୍କୋର କନିଷ୍ଠ ପରିଚାଳକ ରବୀନ୍ଦ୍ର ନାଥ ମିଶ୍ର, ଡ଼ା. ଲମ୍ବୋଦର ସୋ ପ୍ରମୁଖ ୨୪୧ ଦିବ୍ୟାଙ୍ଗଙ୍କୁ ୩୩, ୩୬, ୮୩୨ଟଙ୍କା ମୂଲ୍ୟର ଟ୍ରାଇ ସାଇକେଲ, ହ୍ୱିଇଲ ଚେୟାର, କ୍ରଚେସ୍ ସ୍ମାର୍ଟ ଫୋନ, ସ୍ମାର୍ଟ କେନ, ଶ୍ରବଣ ଉପକରଣ, ଟେବଲେଟ, ବ୍ରେଲି କିଟ୍ ଆଦି ବଣ୍ଟନ କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।