୪ ଜମାକାରୀଙ୍କୁ ଟଙ୍କା ଫେରାଇଲା ଆଲକେମିଷ୍ଟ ସଂସ୍ଥା
ଟକ,୫ ।୫(ସକାଳଖବର): ଚିଟଫଣ୍ଡ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ ସମ୍ମୁଖରେ ଆଲକେମିଷ୍ଟ ହୋଲଡିଂ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ସଂସ୍ଥା ଶନିବାର ୪ଜଣ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଛି । ତେବେ ଏହି କମ୍ପାନୀ ୧୦ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଥିବାବେଳେ ୫ଜଣ ଜମାକାରୀ ନୋଟିସ ପାଇ ମଧ୍ୟ ଉପସ୍ଥିତ ନଥିଲେ । ଆଉ ଜଣେ ଜମାକାରୀଙ୍କ ଡ୍ରାଫ୍ଟ ପ୍ରସ୍ତୁତିରେ ଭୁଲ ଥିବାରୁ ଉକ୍ତ ଡ୍ରାଫ୍ଟକୁ କମ୍ପାନୀ ଫେରାଇ ନେଇଥିଲା । ଏଠାରେ ସୂଚନାଯୋଗ୍ୟ ଗତ ୧୮ତାରିଖରେ ୨୨ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଥିବାବେଳେ କମିସନଙ୍କ ଆଦେଶକୁ ଅମାନ୍ୟ କରିବା ନେଇ ସଂସ୍ଥା ପ୍ରତ୍ୟେକ ଜମାକାରୀଙ୍କୁ ଜରିମାନା ଆକାରରେ ୫ଶହ ଟଙ୍କା ଲେଖାଁଏ ନଗଦ ଟଙ୍କା ପ୍ରଦାନ କରିଥିଲା । ତେବେ ଏହି ସମୟରେ ୪୧ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କମିସନ ଏହି ସଂସ୍ଥାକୁ ନିଦେ୍ର୍ଧଶ ଦେଇଥିଲେ । ଲଗାତାର ନୋଟିସ ପରେ କମ୍ପାନୀ ପକ୍ଷରୁ ମାତ୍ର ୮ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଥିଲା । ପୁଣି କମିସନ ୩୩ଜଣଙ୍କ ପ୍ରସଙ୍ଗରେ ନୋଟିସ ଜାରି କରିବା ପରେ କମ୍ପାନୀ ସମସ୍ତଙ୍କୁ ଟଙ୍କା ଫେରସ୍ତ କରିଥିବା ଜଣାଯାଇଛି ।