ଏସ୍ପିଙ୍କୁ ଦାବିପତ୍ର
ଅନୁଗୋଳ, ୧୦/୧୦ (ସକାଳଖବର): ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିରଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ଓ ବଳରାମପ୍ରସାଦ ଗ୍ରାମର ମହିଳା ସଶକ୍ତିକରଣ ସୁରକ୍ଷା ସମିତିର ମିଳିତ ଆନୁକୁଲ୍ୟରେ ଅନୁଗୋଳ ଏସପିଙ୍କୁ ବଳରାମପ୍ରସାଦରେ ଥିବା ମଦଭାଟି ବନ୍ଦ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡ଼ିକ ମଧ୍ୟରେ ମଦଭାଟିକୁ ସମ୍ପୂର୍ଣ୍ଣ ବନ୍ଦ, ନିଲାମଧାରୀଙ୍କ ଲାଇସେନ୍ସ ରଦ୍ଧ, ଗ୍ରାମବାସୀଙ୍କ ମଦ ବିକ୍ରିି ବନ୍ଦ, ଭବିଷ୍ୟତରେ ବିଦେଶୀ ମଦ ଦୋକାନ ନ ଖୋଲିବା, ଗ୍ରାମରୁ ଗଣ୍ଡଗୋଳ, ମାଡ଼ପିଟ, ବଳକôାର, ଡ଼କାୟତି ଆଦି ଉପରେ ନଜର, ଗ୍ରାମର ପୁରୁଷ ଲୋକମାନେ ମଦ୍ୟପାନ କରି ସ୍ତ୍ରୀମାନଙ୍କୁ ଅତ୍ୟାଚାର ଆଦି ଅନ୍ତର୍ଭୂକ୍ତ । ଆଗାମୀ ଦିନରେ ମଦ ଭାଟି ଉଚ୍ଛେଦ ନହେଲେ ମହିଳା ସଂଗଠନ ଓ ଜିଲା ମହିଳା କଂଗ୍ରେସ ଉକ୍ତ ଦେଶୀ ମଦଭାଟି ସମ୍ମୁଖରେ ଧାରଣା ଦେେବେ ବୋଲି କହିଛନ୍ତି । ଜିଲା ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ନୀଲକମଲ ସେଠୀ, ଅନୁଗୋଳ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଅନକାରାଣୀ ମହାପାତ୍ରଙ୍କ ସମେତ ସୁରକ୍ଷା ସମିତିର ସମସ୍ତ ସଦସ୍ୟା ଉପସ୍ଥି ଥିଲେ ।