ବିନୋଦ୍ କୁମାରଙ୍କୁ ୩ ବର୍ଷ ଜେଲ୍
ଭୁବନେଶ୍ୱର,୨୪/୯(ସକାଳଖବର): ଓଏଚଆରଡିସିର ତକ୍ରାଳୀନ ଏମଡି ତଥା ଆଇଏଏସ୍ ଅଧିକାରୀ ବିନୋଦ୍ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି ।ଏହାସହ ୫୦ ହଜାର ଟଙ୍କା ଜୋରିମାନା ଆଦାୟ ପଇଁ ମଧ୍ୟ କୋର୍ଟ ନିର୍ଦ୍ଧଶ ଦେଇଛନ୍ତି । ୧ କୋଟି ଟଙ୍କାର ଫ୍ଲାଟ୍ ଋଣ ନାମରେ ହୋଇଥିବା ଦୁର୍ନୀତି ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି । ତାଙ୍କ ସମେତ ୬ ଜଣଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ତକ୍ରାଳୀନ ଆକାଉଂଟ ଅଫିସର ଚିତ ମଲ୍ଲିକଙ୍କୁ ନିଦେ୍ର୍ଧାଷରେ ଖଲାସ କରାଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ବିନୋଦ କୁମାର ୫୩ ଲକ୍ଷ ଟଙ୍କା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ ।