କୁନ୍ଦୁଲି ମାମଲାର ଶୁଣାଣି ୧୫ରେ
କଟକ,୩ା୫(ସକାଳ): କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ରୁଜୁ ପୃଥକ ମାମଲା ଉପରେ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକତ୍ର ଶୁଣାଣି କରି ୩ଟି ମାମଲାରେ ୧୦ତାରିଖ ସୁଦ୍ଧା ଜବାବ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ରେ କରିବା ପାଇଁ ଧାର୍ଯ୍ୟ କରିଛନ୍ତି । ପୂର୍ବତନ ସାଂସଦ ମହାମେଘବାହାନ ଐର ଖାରବେଳ ସ୍ୱାଇଁ, ଆଇନଜୀବୀ ଆଇନଜୀବୀ ଗୌତମ ସିଦ୍ଧିକୀ ଓ ପୀଡିତାଙ୍କ ଭାଇ ଭଗବାନ ଛାତିଙ୍କ ପକ୍ଷରୁ ଦାୟର ମାମଲାରେ ୧୫ରେ ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷରେ ଆବେଦନକାରୀମାନେ ଚାହିଁଲେ ସେଥିରେ ପ୍ରତିଜବାବ ରଖିପାରିବେ ବୋଲି କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି ।