ବାଘୁଣୀ ସୁନ୍ଦରୀ ଆକ୍ରମଣରେ ୩ ଗାଇ ବାଛୁରୀ ଗୁରୁତର
ଅନୁଗୋଳÿ , ୧୪/୯ (ସକାଳଖବର): ଆଠମଲ୍ଲିକ ଧଣ୍ଡାାତୋପା ରେଞ୍ଜ ଅନ୍ତର୍ଗତ ବିପ୍ରଡ଼ିହ ଗାଁ ପଡ଼ିଆରେ ଗାଇ ଚରୁଥିବାବେଳେ ଆଜି ଅପରାହ୍ନ ୪ ଘଟିକା ବେଳେ ବାଘୁଣୀ ପୁଣି ଆକ୍ରମଣ କରିଛି । ଯଦ୍ୱାରା ୨ଟି ବାଛୁରୀର ତଣ୍ଟିକୁ ଧରି ଝୁଣୀଦେଇଥିବାବେଳେ ଏକ ଗାଇକୁ ରାମ୍ପୁଡ଼ି ରକ୍ତାକ୍ତ କରିଦେଇଛି । କିନ୍ତୁ ଗୁରୁତର ଅବସ୍ଥାରେ ଗାଇ ବାଛୁରୀ ରହିଥିବାବେଳେ ଗାଇ ଚରାଳୀ ଭୟରେ ପଳାଇ ଆସିଛି । ଖବର ପାଇ ପୁରୁଣାକୋଟ ରେଞ୍ଜ ବନ କର୍ମଚାରୀମାନେ ଯାଇ ଫେରିଆସିଥିବାବେଳେ ଧଣ୍ଡାତୋପା ରେଞ୍ଜର ଘଟଣାସ୍ଥଳରେ ଜଗି ରହିଥିବା ଜଣାଯାଇଛି ।