Home » ଆଜିର ସ୍ତମ୍ଭ » ୨ ବନ୍ଧୁଙ୍କ ବିୟୋଗରେ

୨ ବନ୍ଧୁଙ୍କ ବିୟୋଗରେ

୨ ବନ୍ଧୁଙ୍କ ବିୟୋଗରେ

କଟକ,୧୨ା୯: ମାତ୍ର ୪୮ ଘଣ୍ଟା ବ୍ୟବଧାନରେ ବରଗଡ଼ ଜିଲ୍ଲାର ୨ ସାମ୍ବାଦିକ ବନ୍ଧୁଙ୍କ ବିୟୋଗରେ ମୁଁ ମର୍ମାହତ । ଭଟଲିର ଅର୍ଜୁନ ଚରଣ ସାହୁ ଓ ବରଗଡ଼ର ଶାନ୍ତନ୍ତୁ ବିଶ୍ୱାଳଙ୍କର ଇତିମଧ୍ୟରେ ଦେହାବସାନ ହୋଇଛି । ସମ୍ବାଦର ବରଗଡ଼ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିବା ସମୟରେ ଉଭୟଙ୍କ ସଂସ୍ପର୍ଶରେ ମୁଁ ଆସିଥିଲି । ଉଉୟେ ଥିଲେ ବନ୍ଧୁ ବତ୍ସଳ । ଉପକୂଳବର୍ତ୍ତୀ ଓଡ଼ିଶାରୁ ଆସିଥିବା ସତ୍ତ୍ୱେ ସେମାନଙ୍କ ମୋ ପ୍ରତି କୌଣସି ଅସୂୟା ଭାବ ନଥିଲା । ଅର୍ଜୁନ ବାବୁଙ୍କ ନିବାସ ଭଟ୍ଟଲିଠାରେ ହୁଏ ଦଧୀବାମନଜୀୟୁଙ୍କ ରଥଯାତ୍ରା । ଏହି ଯାତ୍ରା ଦେଖିବା ପାଇଁ ଅର୍ଜୁନ ବାବୁଙ୍କ ଅନୁରୋଧ କ୍ରମେ ମୁଁ ଓ ଶାନ୍ତନୁ ବାବୁ ଯାଇଥିଲୁ ଭଟ୍ଟଲି । ସେତେବେଳେ ଅର୍ଜୁନ ବାବୁଙ୍କ ଅତିଥେୟତାରେ ମୁଁ ଅଭିଭୂତ ହୋଇଥିଲି । ଶାନ୍ତନୁ ବାବୁ ଓ ଅର୍ଜୁନ ବାବୁଙ୍କ ମଧ୍ୟରେ ଦୀର୍ଘ ଦିନର ଘନିଷ୍ଠତା ଥିଲା । ଜଣେ ବୋଧହୁଏ ଅନ୍ୟ ଜଣଙ୍କୁ ଛାଡ଼ିପାରିଲେ ନାହିଁ । ଶାନ୍ତନୁ ବାବୁ ଅବିବାହିତ ଥିଲେ । ଶାନ୍ତନୁ ବାବୁ ଓ ମୁଁ ଜିଲ୍ଲାର ଅନେକ ଅନେକ ଅଞ୍ଚଳ ଏକତ୍ର ବୁଲିଛୁ । ଶାନ୍ତନୁ ବାବୁଙ୍କ ପ୍ରରୋଚନାରେ ଦଶହରା ଛୁଟି ସମୟରେ ମୁଁ ଘରକୁ ନଆସି ଉଭୟେ ଯାଇଥିଲୁ ପାଇକମାଳରେ ଦୁର୍ଗାଷ୍ଟମୀ ଅବସରରେ ମୂଳ ଡ଼ାଲଖାଇ ନୃତ୍ୟ ଦେଖିବା ପାଇଁ । ସେହିପରି ସ୍ୱାଧୀନତାରେ ଘେଁସ ଜମିଦରୀଙ୍କ ଅବଦାନ ନେଇ ଏକ ଆଲେଖ୍ୟ ତାଙ୍କ ପ୍ରରୋଚନାରେ ମୁଁ ପ୍ରସ୍ତୁତି କରିଥିଲି । ବରଗଡ଼ ପରିତ୍ୟାଗ କରିବା ପରେ ଧନୁଯାତ୍ରା ଦେଖିଯିବା ପାଇଁ ଶାନ୍ତନୁ ବାବୁ ଏକାଧିକ ଥର ଅନୁରୋଧ କରିଥିଲେ ମଧ୍ୟ ମୋ ପକ୍ଷେ ଯିବା ସମ୍ଭବ ହୋଇପାରିନଥିଲା । ଆମେ ଉଭୟେ ଯୋଗାଯୋଗରେ ଥିଲୁ । ଏବେ ବି ଶାନ୍ତନୁ ପ୍ରଦତ୍ତ ରୁମାଲ ମୋ ପକେଟରେ ରହିଛି । ଉଭୟଙ୍କ ଆତ୍ମା ସଦ୍ଗତି ଲାଭ କରୁ । ଏତିକି ମୋର ଇଶ୍ୱରଙ୍କ ନିକଟରେ କାମନା । ସୌଭାଗ୍ୟ

12/9

Share: