ମିଲି ପଣ୍ଡାଙ୍କ ଟଙ୍କା ଓ ଅଳଙ୍କାର ବାଜ୍ୟାପ୍ତ ମାମଲା
କଟକ,୨ା୫(ସକାଳଖବର): ଶୁଭଶ୍ରୀ ଦାଶ ଓରଫ ମିଲି ପଣ୍ଡାଙ୍କ ଘରୁ ଜବତ ନଗଦ ଟଙ୍କା ଓ ସୁନା, ରୁପା ଅଳଙ୍କାର ବାଜ୍ୟାପ୍ତ ମାମଲାରେ ନିମ୍ନ ଅଦାଲତଙ୍କ ଆବେଦନକୁ ଖାରଜ କରିବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲା ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କେସ ଡାଏରୀ ସହ ପୂର୍ଣ୍ଣାଙ୍ଗ ତଥ୍ୟ ଉପସ୍ଥାପନା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏହି ମାମଲାରେ ଜୁନ ମାସ ୨୨ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୦ମସିହାରେ ଦୁଇ ଜଣ ବ୍ୟକ୍ତି କିଛି ମାଓ ପୋଷ୍ଟର ଧରି ଯାଉଥିବାବେଳେ ବାଣପୁର ପୁଲିସ ଗାଡ଼ି ଯାଞ୍ଚ କରିବା ସମୟରେ ଧରିଥିଲା । ସେମାନଙ୍କୁ ଜେରା କରିବା ପରେ ମାଓ ପ୍ରଚାର ପାଇଁ ମିଲି ପଣ୍ଡା ପଠାଇଥିଲେ ବୋଲି ସ୍ୱୀକାର କରିଥିଲେ । ଏହାପରେ ପୁଲିସ ମିଲି ପଣ୍ଡାଙ୍କ ଭୁବନେଶ୍ୱର ଘର ଉପରେ ୨୦୧୦, ଜାନୁୟାରୀ ମାସରେ ଚଢାଉ କରି ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ୧୨୧, ୧୨୨, ୧୨୩, ୧୨୪ ଧାରାରେ ଗିରଫ କରିବା ସହ ତାଙ୍କ ଘରୁ ନଗଦ ୪.୮୧ଲକ୍ଷ ଟଙ୍କା ସହ ସୁନା, ରୁପା ଅଳଙ୍କାର ଜବତ କରିଥିଲା ।