ମହର୍ଷି ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ
ଅନୁଗୋଳ,୩/୯ (ସକାଳଖବର): ଅନୁଗୋଳ ତୁରଙ୍ଗସ୍ଥ ମହର୍ଷି ବିଦ୍ୟାମନ୍ଦିର ପରିସରରେ ମହାଆଡ଼ମ୍ବର ସହକାରେ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ. ଗାୟତ୍ରୀ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର କୁନିକୁନି ଛାତ୍ର ଛାତ୍ରୀଗଣ ଭଗବାନ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଉ କେତେକ ଛାତ୍ର ଛାତ୍ରୀ ମଧ୍ୟ ନନ୍ଦରାଜା, ମାତା ଯୋଶୋଦା ଓ ରାଧାଦେଇଙ୍କ ବେଶରେ ସଜ୍ଜିତ ହୋଇଥିଲେ । ଏମାନଙ୍କର ସମାବେଶ କିଛି କ୍ଷଣକ ପାଇଁ ବିଦ୍ୟାଳୟ ପରିବେଶକୁ ଗୋପପୁର ଓ ମଧୁରାପୁର ସଦୃଶ ସୃଷ୍ଟି ହୋଇଥିଲା । ଫଳରେ ଅନ୍ୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆନନ୍ଦର କୌତୁହଳ ଦେଖାଦେଇଥିଲା । ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ଏକ ରଂଗାରଂଗ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରୁ ଡ଼ଃ. ଗାୟତ୍ରୀ ସାମନ୍ତରାୟ ଅଂଶଗ୍ରହଣ କରି ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନାଦର୍ଶି ଉପରେ ଆଲୋକପାତ କରିଥିଲେ । ଛାତ୍ର ଛାତ୍ରୀମାନେ ଭଗବତ ଗୀତା ପ୍ରତି ଅନୁଗ୍ରହ ପ୍ରଦର୍ଶନ କରି ନିତ୍ୟ ଏହାକୁ ପାଠକଲେ ନିଶ୍ଚୟ ଦିନେ ନା ଦିନେ ଏ ପୁଣ୍୍ୟ ଭୂମି ଭାରତବର୍ଷ ଏକ ମହାନ ଧାର୍ମିକ ସାଂସ୍କୃତିକ କ୍ଷେତ୍ର ରୂପେ ସମଗ୍ର ବିଶ୍ୱରେ ଉଦଭାଷିତ ହେବ । ଏହାପରେ ରାଧା-କୃଷ୍ଣ ବେଶ ଧାରୀ ଛାତ୍ର-ଛାତ୍ରୀଗଣ ନିଜ ନିଜ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମଚାରୀଗଣ ସୂଚାରୁରୂପେ ସଂପନ୍ନ କରିଥିଲେ ।