ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦେ୍ଧାତ୍ସବ
ଅନୁଗୋଳ, ୩/୯ (ସକାଳଖବର): ଦେବାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ଉସôବ ଅନୁଗୋଳ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସହ-ଜିଲା କାର୍ଯ୍ୟକ୍ରମରେ ଜିଲା ସଂଘଚାଳକ ବିଜୟ କୁମାର ସାହୁ ସଭାପତି, ହୃଦାନନ୍ଦ ଶତପଥି ମୁଖ୍ୟ ଅତିଥି ଓ ପ୍ରଭାତ କୁମାର ଧର ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ । ବିଭାଗ ବୌଦ୍ଧିକ ପ୍ରମୁଖ ବାବାଜୀ ବେହେରା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତଙ୍କ ଅବଗତ କରାଇଥିଲେ । ମୁଖ୍ୟବକ୍ତା ଶ୍ରୀ ଧର ତାଙ୍କ ବକ୍ତବ୍ୟରେ ସ୍ୱାମୀଜୀ କିପରି କନ୍ଧମାଳ ପରି ଏକ ଅନଗ୍ରସର ଜିଲାର ଅଧିବାସୀମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ପ୍ରଭୃତି ବିଷୟରେ ସଚେତନ କରାଇ ସମାଜର ମୁଖ୍ୟ ସ୍ରୋତକୁ ଆଣିପାରିଥିଲେ ତାହା ଉଲ୍ଲେଖ କରିଥିଲେ । ଚକାପାଦରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରି ବିଦ୍ୟାଳୟଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଜଳେଶପଟାଠାରେ କନ୍ୟାଶ୍ରମ ଓ ସଂସ୍କୃତ ମହାବିଦ୍ୟାଳୟ ସ୍ଥାପନାକରି ଜିଲାରେ ଶିକ୍ଷାର ପ୍ରସାର କରିଥିଲେ । କନ୍ଧମାଳ ତଥା ନିକଟତମ ଜିଲାମାନଙ୍କରେ ମଠ, ମନ୍ଦିର, ଧର୍ମାନୁଷ୍ଠାନ ସ୍ଥାପନା କରି ଲୋକମାନଙ୍କର ମଧ୍ୟରେ ଧର୍ମଭାବନା ସୃଷ୍ଟି କରିଥିଲେ । ଧର୍ମାନ୍ତିକରଣକୁ ବିରୋଧ କରୁଥିବାରୁ ତାଙ୍କୁ ଅନେକଥର ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା । ୨୦୦୮ ମସିହା ଜଷ୍ମାଷ୍ଟମୀ ତିଥିରେ କେତେକ କୁଚକ୍ରୀ ଗୋଷ୍ଠୀ ମିଳିତଭାବେ ଆକ୍ରମଣ କରି ସ୍ୱାମୀଜୀ ତଥା ଅନ୍ୟ ୪ ଜଣ ଅନୁଗାମୀଙ୍କୁ ଜଘନ୍ୟଭାବେ ହତ୍ୟା କରିଥିଲେ । ହତ୍ୟାର ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଗିରଫ ନକରି ସରକାରଙ୍କ ଉଦାସୀନତା ସମସ୍ତଙ୍କୁ ବିସ୍ମିତ କରିଛି ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାମୀଜୀଙ୍କ ହତ୍ୟାକାରୀମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ, ସ୍ୱାମୀଜୀଙ୍କ ସମାଜସେବା ପାଇଁ ପଦ୍ମ ପୁରସ୍କାର ତଥା ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ସରକାରଙ୍କଠାରେ ଦାବୀ ସମସ୍ତେ କରିଥିଲେ । ସେହିପରି ପଞ୍ଚମହଲାଠାରେ ଅବସ୍ଥାପିତ ରାଧାବଲ୍ଲଭ ମଠରେ ଜନ୍ମାଷ୍ଟମୀ ତଥା ସ୍ୱାମୀଜୀଙ୍କ ଶ୍ରାଦ୍ଧ ଉସôବ ପାଳିତ ହୋଇଥିଲା । ଜିଲା ସଂଘ ଚାଳକ ବିଜୟ କୁମାର ସାହୁ ଭଗବାନ ଶ୍ରୀକୃଷ୍ଣ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବନବିହାରୀ ପଟ୍ଟନାୟ, ତ୍ରିନାଥ ନାୟକ, ପ୍ରମୋଦ ମୋଦୀ, ଚୈତନ୍ୟ ଦେହୁରୀ, ବିନୟ କୁମାର ସାହୁ, ପ୍ରକାଶ ମଙ୍ଗରାଜ, ଚନ୍ଦ୍ରଶେଖର ବେହେରା, ରମେଶ ଚନ୍ଦ୍ର ସାହୁ, ଅଭୟ ରାୟ, ଗିରଜାଶଙ୍କର ନନ୍ଦ, ଡ଼ାଃ ସୁଧାକର ପାଳ, ନରସିଂହ ଚରଣ ଅଗ୍ରୱାଲ, କ୍ଷୀରୋଦ ପ୍ରଧାନ, ଦିନେଶ ମୋଦୀ, ସୁଶିଲ ପଟେଲ, ଆଲୋକ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।