ସୁରଟରେ ଓଡିଆ ପର୍ବ ଉଦଯାପିତ
ସୁରଟ, ୩/୯ (ସକାଳଖବର): ଓଡିଆ ଯୁବକ ଯୁବତୀ ମାନଙ୍କୁ ଏବେ ମାଲିକ ହେବାର ସମୟ ଆସିଛି । ଏକବିଂଶ ଶତାଦ୍ଧୀରେ ଓଡିଶା ନୂଆକରି ଗଢିବାପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସୁରଟରେ ଅନୁଷ୍ଠିତ ଓଡିଆ ପର୍ବର ଉଦଯାପନ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଓଡିଆ ସମାଜ ପକ୍ଷରୁ ଓଡିଶା ପର୍ବ ଦେଶର ରାଜନଧାନୀ ଦିଲୀରୁ ଆରମ୍ଭ ହୋଇ ଆସି ସୁରଟରେ ପହଁଚିଛି । ଆସନ୍ତା ଦିନରେ ଏହା ବାହାର ରାଜ୍ୟକୁ ଯିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆପଣ ମାନଙ୍କ ଭଳି ଶିଳ୍ପୀ ସୁରଟ ବନାଇଲେ । ଆଜି ତାରିଖରେ ଓଡିଆ ଯୁବକମାନେ ବମ୍ବେ ଦିଲୀ ଛାଡିଦେଲେ ବଡବଡିଆଙ୍କ ଘରେ ପାଣି ଓ ବିଜୁଳି ବଲବ ବନ୍ଦ ହୋଇଯିବ । ଓଡିଶାର କୋଇଲା ଉପôାଦନ ନହେଲେ ଅଧା ଦେଶ ଅନ୍ଧାରରେ ରହିଯିବ । ଓଡିଶାର ଚାଉଳ ବାଙ୍ଗାଲୋର ଦେଇ ସାଉଦିଆରବକୁ ଯାଉଛି । ଓଡିଶା ସବୁକ୍ଷେତ୍ରରେ ପୃଥବୀର ଅନନ୍ୟ ପେଣ୍ଠସ୍ଥଳୀ ହେବ । ଓଡିଶାକୁ ନୂଆକରି ବନାଇବା ପାଇଁ ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।