ରାଫେଲ ଦୁର୍ନୀତିକୁ ଜନତାଙ୍କ ଅଦାଲତକୁ ନେବୁ- କଂଗ୍ରେସ
ଅନୁଗୋଳ,୩୦/୮ (ସକାଳଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ଏନଡ଼ିଏ ସରକାର ଦ୍ୱାରା ହୋଇଥିବା ରାଫେଲ ବିମାନ କ୍ରୟ ଚୁକ୍ତିନାମା ଏକ ବଡ଼ ଦୁର୍ନିତି । ରାଷ୍ଟ୍ରବାଦର ଗୁଣଗାନ କରୁଥିବା ବିଜେପି ସରକାର ଯେ ଏହି ବିମାନକ୍ରୟ ପ୍ରକ୍ରିୟାରେ ରାଷ୍ଟ୍ରର ସୁରକ୍ଷା ସହିତ ଭାରତୀୟଙ୍କ ଟିକସ ଅର୍ଥକୁ କିପରି ହରିଲୁଟ କରାଯାଇଛି, ଚୁକ୍ତି ପ୍ରକି୍ରିୟାକୁ କିପରି ଉଲଙ୍ଘନ କରାଯାଇଛି ସବୁ ତଥ୍ୟକୁ କଂଗ୍ରେସ ଦଳ ଗଣମାଧ୍ୟମ ଜରିଆରେ ଜନତା ଅଦାଲତକୁ ନେଇ ଜନସାଧାରଣଙ୍କୁ ସଚେତନ କରି ଏନଡ଼ିଏ ସରକାରକୁ ଗାଦିରୁ ହଟାଇବାକୁ ଚେଷ୍ଟା କରିବ ବୋଲି ଆଜି ନାଲକୋନଗରସ୍ଥିତ ନେସ କାର୍ଯ୍ୟାଳୟଠାରେ ଏଆଇସିସିର ପ୍ରବକ୍ତା ପବନ ଖେରା ସାମ୍ବାଦିକ ସମ୍ମୀଳନୀରେ ପ୍ରକାଶ କହିଛନ୍ତି । ରାଫେଲ ବିମାନ କ୍ରୟ ସମ୍ବନ୍ଧୀୟ ଚୁକ୍ତିନାମା ସଂପର୍କରେ ତଥା ଉପସ୍ଥାପନା ପୂର୍ବକ, ଗତ ୟୁପିଏ ଦୁଇର ସରକାର ଅମଳରେ ପ୍ରତିରକ୍ଷା ବିଭାଗ ତଥା ଅନ୍ୟ ଉଚ୍ଚ ଶକ୍ତି ସଂପନ୍ନ କମିଟିର ସୁପାରିସ କ୍ରମେ ଗୋଟିଏ ବିମାନକୁ ୫୨୬ କୋଟି ଦରରେ ୧୨୮ଟି ବିମାନ କ୍ରୟ କରାଯିବାକୁ ସ୍ଥିର ହୋଇଥିଲା । ଚୁକ୍ତିନାମା ସଂପର୍କିତ ମାତ୍ର ୫ ପ୍ରତିଶତ କାର୍ଯ୍ୟ ବାକିଥିବା ବେଳେ ସରକାର ବଦଳି ଯାଇଥିଲା । ଦୀର୍ଘଦିନ ଧରି ଏହି ଚୁକ୍ତିନାମାକୁ କାର୍ଯ୍ୟକାରୀ କରୁନଥିବାବେଳେ ଅଚାନକ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ପ୍ୟାରୀସ ଗସ୍ତ କାଳରେ ୨୦୧୫ ଏପ୍ରିଲ ୧୦ ତାରିଖରେ ୧୨୮ବଳରେ ୩୬ଟି ଏବଂ ଗୋଟିକୂ ୫୨୬ କୋଟି ବନଦଳରେ ୩୬ଟି କାହିଁକି ଏବଂ ୫୨୬ କୋଟି ବଦଳରେ ୩ଗୁଣା ଅଧିକ ୧୬୭୦ କୋଟି ଦରରେ କାହିଁକି କିଣାଗଲା ବୋଲି ବିରୋଧି ଦଳ ପକ୍ଷରୁ ଅଭିଯୋଗ କରାଯାଇ ସଂସଦରେ ପ୍ରଶ୍ନ କରାଯିବା ସତ୍ୱେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମରିକ ତଥା ସୁରକ୍ଷା ଦୃଷ୍ଟିରୁ କୁହାଯାଇ ପାରିବ ନାହିଁ ବୋଲି ଉତ୍ତର ରଖିବା ପଛରେ ବ୍ୟାପକ ଦୁର୍ନିତି ହୋଇଛି ବୋଲି ଦୃଢ଼ତାର ସହ ପ୍ରକାଶ କରିଥିଲେ । ଏହି ଦୁର୍ନିିତିରେ ରାଜକୋଷରୁ ଅଧିକ ୪୧୨୦୫ କୋଟି କ୍ଷତି ହେବା ସହ ଟିକସ ପ୍ରଦାନ କରୁଥିବା ଭାରତୀୟ ଜନତାଙ୍କ ଅର୍ଥକୁ ହରିଲୁଟ କରି ନିଜର ପୁଞ୍ଜିପତି ବନ୍ଧୁ ଅନୀଲ ଅମ୍ବାନୀ କମ୍ପାନୀକୁ ପରୋକ୍ଷରେ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି । କମ୍ପାନୀ ମାର୍ଚ୍ଚ ୨୦୧୫ରେ ରେଜିଷ୍ଟିଭୁକ୍ତ ହୋଇଥିବା ବେଳେ ୨୦୧୫ଅପ୍ରେଲ ୧୦ ତାରିଖରେ କମ୍ପାନୀଠାରୁ ୩୬ଟି ବିମାନ କ୍ରୟ ପାଇଁ ଅଡର଼୍ର ଦେବା ଏବଂ ସଂପୃକ୍ତ କମ୍ପାନୀକୁ ଏକ ଲକ୍ଷ କୋଟି ଟଙ୍କାରେ ଲାଇଫ ସାଇକେଲ କଷ୍ଟ କଂଣ୍ଟ୍ରାକ୍ଟ ମଧ୍ୟ ପ୍ରଦାନ କରାଯାଇଛି । ପୂର୍ବରୁ ବିଦେଶରୁ ୧୮ଟି ବିମାନ ଅଣାଯିବା ପାଇଁ ସ୍ଥିର ହୋଇ ବାକି ୧୦୮ ବିମାନକୁ ଦେଶ ମଧ୍ୟରେ ନିର୍ମାଣ କରାଯିବ ବୋଲି ଚୁକ୍ତି ହୋଇଥିଲା । କିନ୍ତୁ ଦେଶ ମଧ୍ୟରେ ହାଲ ଭଳି ଉଚ୍ଚ ବୈଷୟିକ ଜ୍ଞାନ ସଂପନ୍ନ ଅନୁଷ୍ଠାନ ଥିବା ବେଳେ କୌଣସି ସାମରିକ ସଂରଞ୍ଜାମ ନିର୍ମାଣର ଅଭିଜ୍ଞତା ନଥିବା ଏକ ନବଗଠିତ କମ୍ପାନୀକୁ କାହିଁକି ତରବରିଆ ଭାବେ ଅଡର଼୍ର ଦିଆଗଲା, ଯାହା ଦ୍ୱାରାବ୍ୟାପକ ଆର୍ଥିକ କ୍ଷତି ହେବା ସହିତ ନିଯୁକ୍ତିର ସୁଯୋଗ ମଧ୍ୟ ନଷ୍ଟ କରାଗଲା । ଦେଶ ମଧ୍ୟରେ ବିମାନ ନିର୍ମାଣ ହୋଇଥିଲେ ବାଙ୍ଗାଲୋର ତଥା ଓଡ଼ିଶାରେ ଥିବା ହାଲ କମ୍ପାନୀ ଲାଭବାନ ହୋଇଥାନ୍ତେ ଏବଂ ପ୍ରାୟ ୩୫ ହଜାର ଯୁବକ ନିଯୁକ୍ତି ପାଇଥାନ୍ତେ । ସର୍ବୋପରି ଦେଶର ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀ, ସମାରିକ ବିଭାଗ ମନ୍ତ୍ରୀ ପ୍ରମୁଖ ସଂସଦରେ ମିଥ୍ୟା ତଥ୍ୟ ପ୍ରକାଶ କରିବା ସଂସିୟର ଅପମାନ ସହିତ ଦେଶ ସୁରକ୍ଷା ସହିତ ଖେଳବାଡ଼ ହୋଇଛି । ତେଣୁ କଂଗ୍ରେସ ଦଳ ପକ୍ଷରୁ ରାଫେଲ ଡ଼ିଲ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଗଠନ କରି ତଦନ୍ତ କରିବାକୁ ଦାବୀ କରାଯାଇଛି । ବର୍ତ୍ତମାନ ଦେଶରେ ଏକଛତ୍ରବାଦ ଶାସନ ଭଳି ପରିସ୍ଥିତି ସଅଷ୍ଟି ହୋଇଛଇ ଏବଂ କଂଗ୍ରେସ ଦଳ ଜନତା ଦନାର୍ଦ୍ଧନଙ୍କୁ ଏସବୁ ବିଷୟରେ ସଚେତନ କରିବ ବୋଲି ନିଷ୍ପତ୍ତି ନେଇଛି । ଏବଂ ଦେଶର ପ୍ରମୁଖ ୧୦୦ଟି ସହରରେ ସାମ୍ବାଦିକ ସମ୍ମୀଳନୀ ମଶଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ନିକଟରେ ଏହି ଦୁର୍ନିତି ତଥା ମିଥ୍ୟା ତଥ୍ୟର ଖୁଲାସା କରି ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ପାଇବାକୁ ପ୍ରୟାସ ଜାରି ରଖି ସଂସଦ ଠାରୁ ସଡ଼କ ପର୍ଯ୍ୟନ୍ତ ତାର ଉଦ୍ୟମକୁ ବିସ୍ତାର କରିବ ବୋଲି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମୀଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଏ.ଆଇ.ସି.ର ମୁସ୍ତାକ ଅଲ୍ଲୀ, ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, କାର୍ଯ୍ୟକାରୀ ସଭାପତି ଅମ୍ବିକା ଭଟ୍ଟ, ସୁରେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।