ର୍ହାର୍ଟବିଟ୍ସ ଫର ହକି ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯/୮ (ସକାଳଖବର): ହକି ପୁରୁଷ ବିଶ୍ୱକପ ପାଇଁ କାଉଂଟ ଡାଉନ ଅ ।ରମ୍ଭ ହୋଇଯାଇଛି । ବିଶ୍ୱକପ୍ କୁ ଅ ।ଉ ମାତ୍ର ୯୦ ଦିନ ବାକି ଥିବା ବେଳେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ "ହାର୍ଟବିଟ୍ସ ଫର ହକି' ନାମକ ଏକ କ୍ୟାମ୍ପେନ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭାରତକୁ ପୁଣି ଥରେ ବିଶ୍ୱବିଜୟୀ କରାଇବା ଏବଂ ବିଶ୍ୱସ୍ତରରେ ଓଡିଶାର ନାଁକୁ ବଜାୟ ରଖିବା ପାଇଁ ଏହି ଅଭିଯାନର ଉଦେ୍ଧଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । ଏହି କ୍ରୀଡାର ଅଧିକ ପ୍ର·ର ପ୍ର·ର ପାଇଁ ୧୭ଟି ସହରରେ କ୍ୟାମ୍ପେନ ଅ ।ରମ୍ଭ ହେବ । ସାରା ଭାରତରେ ହୃଦ ସ୍ପନ୍ଦନ ସୃଷ୍ଟି କରିବା ପାଇଁ ରୋଡ ସୋ, ଜାତୀୟ ଦଳ ପାଇଁ ବିଶ୍ୱକପ ଜର୍ସି ଉନ୍ମୋଚନ, ବିଶ୍ୱକପ ମ୍ୟୁଜିକ୍ ଭିଡ଼ିଓ ଉନ୍ମୋଚନ କରାଯାଇଛି । ହାର୍ଟ ବିଟ୍ ଫର ହକି ଗାଡ଼ି ଜଳନ୍ଧର, ଲକ୍ଷ୍ନୌ, ରାଂଚି, ଦିଲ୍ଲୀ, ଚେନ୍ନାଇ ପରିଭ୍ରମଣ କରିବ । ସେହିପରି ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା, ଇମ୍ପାଲରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ହକି ଷ୍ଟିକ୍ କୁ ପ୍ରଦର୍ଶିତ କରାଯିବ । ଜାତୀୟ କ୍ରୀଡ଼ା ଦିବସ ଅବସରରେ ବୁଧବାର ଦିନ କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୬୦ ଡିଗ୍ରୀ ଅଭିଯାନ ହାର୍ଟ ବିଟ୍ସ ଫର୍ ହକି କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି । ହାର୍ଟ ବିଟ୍ସ ଫର୍ ହକି ଅଭିଯାନ ମାଧ୍ୟମରେ ସଙ୍ଗୀତ, ମନୋରଞ୍ଜନ, ଫେସନ, ଶୁଦ୍ଧ କ୍ରୀଡ଼ା ଓ ପ୍ୟାନେଲ ଅ ।ଲୋଚନା ହେବ । ଜାତୀୟ ଦଳକୁ ନେଇ ପ୍ରସ୍ତୁତ ଡିଜିଟାଲ ଅଭିଯାନ ଉନ୍ମୋଚିତ ହେବ । ସୂଚନାଯୋଗ୍ୟ ଯେ ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଏହି କ୍ରୀଡା ମହାକୁମ୍ଭ ଆୟୋଜିତ ହେବ । ଏଥିରେ ମୋଟ୍ ୧୬ଟି ଦେଶର ଖେଳାଳୀ ଭାଗ ନେବେ ।