ଏସିଆନ୍ ଗେମ୍ସ : ସିନ୍ଧୁଙ୍କୁ ରୌପ୍ୟ
ଜାକର୍ତ୍ତା: ଏସୀୟ କ୍ରୀଡ଼ା ୨୦୧୮ ମହିଳା ବ୍ୟାଡ୍ମିଣ୍ଟନ୍ରେ ଭାରତ ପାଇଁ ପି ଭି ସିନ୍ଧୁ ରୌପ୍ୟ ପଦକ ଆଣିଛନ୍ତି। ପୂର୍ବରୁ ଏହି ପ୍ରତିଯୋଗିତାରେ ଭାରତର ଅନ୍ୟତମ ଟେନିସ୍ ତାରକା ସାଇନା ନେହେୱାଲ୍ କାଂସ୍ୟ ପଦକ ଜିତିଥିବା ବେଳେ ସିନ୍ଧୁ ସ୍ୱର୍ଣ୍ଣ ଜିତିବେ ବୋଲି ଭାରତବାସୀ ଆଶା କରିଥିଲେ। ତେବେ ଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ବିଶ୍ୱ ନଂ ୱାନ୍ ଚୀନ୍ ତାରକା ତାଇ ଜୁ ୟିଙ୍ଗଙ୍କଠାରୁ ୧୩-୨୧, ୧୬-୨୧ ସେଟ୍ରେ ହାରି ଯାଇଥିଲେ।ସିନ୍ଧୁ ଏହା ଜରିଆରେ ଏସୀୟ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଦେଶକୁ ପ୍ରଥମ ରୌପ୍ୟ ଦେଇଛନ୍ତି।ସିନ୍ଧୁଙ୍କ ରୌପ୍ୟ ପଦକ ପରେ ମୋଟ ୪୫ ପଦକ ସହିତ ଭାରତ ପଦକ ତାଲିକାର ନବମ ସ୍ଥାନରେ ପହଞ୍ଚିଛି। ସେଥିମଧ୍ୟରେ ୮ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୧ କାଂସ୍ୟ ପଦକ ରହିଛି।