ଅଭିଯୁକ୍ତଙ୍କୁ ୫ ବର୍ଷ କାରାଦଣ୍ଡାଦେଶ
ଅନୁଗୋଳ ,୨୨/୮ ସକାଳଖବର) ଅନୁଗୋଳର ସ୍ୱତନ୍ତ୍ର ଜଜ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ସୌଭାଗିନି ମଲିକ ମଙ୍ଗଳବାର ଏକ ନାବାଳିକା ବଳାକ୍ରାର ମକଦ୍ଧମାର ବିଚାର କରି କିଶୋରନଗର ଥାନା ଧଉରାପାଲି ଗ୍ରାମର ଅଭିଯୁକ୍ତ ଦୁର୍ଯ୍ୟୋଧନ ଦେହୁରୀ(୨୮)ଙ୍କୁ ୫ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ବିବରଣୀରୁ ପ୍ରକାଶ ଯେ ୨୦୧୪ ଫେବୃଆରୀ ୨୮ରେ ଅଭିଯୁକ୍ତ ଦୁର୍ଯ୍ୟୋଧନ ଜଣେ ନାବାଳିକାଙ୍କୁ ବଳାକ୍ରାର କରିଥିଲେ । ଘଟଣା ପ୍ରଘଟ କଲେ ହତ୍ୟା କରିଦେବ ବୋଲି ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ଏହି ସମୟରେ ନାବାଳିକାର ବାପା ଚାଲିଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଖସିଯାଇଥିଲେ । ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ନଂ୧୮/୨୦୧୪ରେ ମାମଲା ରୁଜୁ କରି ଦୁର୍ଯ୍ୟୋଧନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ବିଚାର ବେଳେ ୧୮ ଜଣଙ୍କୁ ସାକ୍ଷ୍ୟ ଆଧାରରେ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଥିଲେ । ଏଥିପାଇଁ ଜରିମାନା ଆଦାୟ ପାଇଁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । ସରକାରଙ୍କ ତରଫରୁ ସରକାରୀ ଓକିଲ ସରୋଜ କୁମାର ପଟ୍ଟନାୟକ ମକଦ୍ଧମା ଲଢ଼ୁଥିଲେ ।