ହାଇକୋର୍ଟରେ ଶୋକସଭା, ଛୁଟି ଘୋଷଣା
କଟକ,୧୭ା୮(ସକାଳଖବର): ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ହାଇକୋର୍ଟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକସଭାରେ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେସ ସତ୍ୟେନ୍ଦ୍ର ଜାଭେରୀଙ୍କ ସମେତ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି, ଜଷ୍ଟିସ ସଂଜୁ ପଣ୍ଡା, ଜଷ୍ଟିସ ଏସ କେ ମିଶ୍ର, ଜଷ୍ଟିସ ସି ଆର ଦାଶ, ଜଷ୍ଟିସ ଅକ୍ଷୟ କୁମାର ରଥ, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀ, ଜଷ୍ଟିସ ବିଶ୍ୱନାଥ ରଥ, ଜଷ୍ଟିସ ଏସ କେ ସାହୁ, ଜଷ୍ଟିସ ଏସ ଏନ ପ୍ରସାଦ, ଜଷ୍ଟିସ କେ ଆର ମହାପାତ୍ର, ଜଷ୍ଟିସ ଜେ ପି ଦାସଙ୍କ ସମେତ ବରିଷ୍ଠ ଆଇନଜୀବୀ, ସରକାରୀ ଓକିଲ ଓ ଉଚ୍ଚନ୍ୟାୟାଳୟର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ହାଇକୋର୍ଟକୁ ଛୁଟି ଘୋଷଣା କରାଯାଇଥିଲା । ଏଥିସହ ନିମ୍ନ ଅଦାଲତ ମଧ୍ୟ ବନ୍ଦ ରହିଥିଲା ।