ମହିଳା ମାଓବାଦୀର ଆତ୍ମ ସମର୍ପଣ
ମାଲକାନଗିରି,ନୂଆଦିଲ୍ଲୀ,୧୬/୮ (ସକାଳଖବର): ଆଜି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିକଟରେ କୁଡ଼ୁମୁଲ୍ଲୁଗୁମ୍ମା ଏରିଆ କମିଟି ମେମ୍ବର ମହିଳା ମାଓବାଦୀ ନୟନା ଖିଲ(୧୯) ଆତ୍ମ ସମର୍ପଣ କରିଛି । ଏ ସମ୍ପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ମୀନା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ନୟନାର ଘର ଚିତ୍ରକୋଣ୍ଡା ଥାନା ସନ୍ନ୍ୟାସୀଗୁଡ଼ା ଗ୍ରାମରେ ସେ ୬୦୧୬ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ତା’ ନାମରେ ୧ଲକ୍ଷ ଟଙ୍କା ପୁରସ୍କାର ରହିଛି । ୨୩.୧୦.୨୦୧୬ରେ ରାମାଗୁଡ଼ା ଗୁଳି ବିନିମୟ, ୧୮.୧୨.୨୦୧୭ରେ ମୁଦୁଲିପଡ଼ାରେ ଗାଡ଼ିପୋଡ଼ି, ୧୨.୦୨.୨୦୧୮ରେ ଟିକରପଡ଼ା ଓ ୧୭.୦୫.୨୦୧୮ରେ ପାନ ପଦର ଠାରେ ହୋଇଥିବା ଗୁଳି ବିନିମୟରେ ସମ୍ପୃକ୍ତ ଥିଲା । ଏହି ଅବସରରେ ବିଏସଏଫ ଡିଆଇଜି ବିଜେନ୍ଦ୍ର ସିଂ ଉପସ୍ଥିତ ଥିଲେ ।