ବଜ୍ରପାତରେ ୨ ମୃତ
ଅନୁଗୋଳ,୧୬/୮ (ସକାଳଖବର): ଜରପଡ଼ା ଥାନା ଅନ୍ତର୍ଗତ ଡେ଼ରଜାଙ୍ଗ ଗାଁରେ ଗତକାଲି ଅପରାହ୍ନରେ ବ୍ରଜପାତରେ ଜେଠେଇ ଝିଆରୀଙ୍କର ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ଯେ ଜରପଡ଼ା ଥାନା ଇଲାକାର ଡେ଼ରଜାଙ୍ଗ ଗାଁର ଶାନ୍ତିଲତା ପ୍ରଧାନ ଓ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ ଉଭୟ ମିଶି ଗତକାଲି ପୂର୍ବାହ୍ନରେ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ଅପରାହ୍ନ ୩ଟା ବେଳେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ଜେଠେଇ ଶାନ୍ତିଲତା ପ୍ରଧାନ (୪୮)ଙ୍କର ମୃତ୍ୟୁ ହୋଇଥିଲା । ଏହି ସୂଚନା ପାଇ ଘଟଣାସ୍ଥଳ ପହଞ୍ଚô ଗୁରୁତରଥିବା ବୈଶାଖୀକୁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । କିନ୍ତୁ ଏଠାରେ ଚିକିସôାଧିନ ଆରମ୍ଭରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସଂପର୍କରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।