ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଅନୁଗୋଳ,୧୬/୮ (ସକାଳଖବର): ଅଲ୍ ଇଣ୍ଡିଆ କିଷାନ କ୍ଷେତମଜଦୁର ସଂଗଠନ ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଅବିଳମ୍ବେ ·ଷ କାର୍ଯ୍ୟ ପାଇଁ ·ଷୀମାନଙ୍କୁ ସବ୍ସିଡିରେ ପର୍ଯ୍ୟାପ୍ତ ପରିମାଣର ସମସ୍ତ ପ୍ରକାର ସାର, ଔଷଧ, ବିହନ ଯୋଗାଇଦେବା, ସାରର କଳାବଜାରୀ ବନ୍ଦ କରି ଅସାଧୁ ବ୍ୟବସାୟୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜିଲ୍ଲାର ସମସ୍ତ ସାର ବିକ୍ରୟ କେନ୍ଦ୍ରରେ ସାରର ବିକ୍ରୟ ମୂଲ୍ୟର ତାଲିକା ଟଙ୍ଗାଯିବା, ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ସାର ଡିଲରମାନଙ୍କର ତାଲିକା ଗଣମାଧ୍ୟମରେ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରକାଶ କରିବା ଆଦି ଦାବିରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତବର୍ଷ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଜିଲ୍ଲାରେ ·ଷୀ ·ଷ କାର୍ଯ୍ୟକୁ ବିଳମ୍ବରେ କରିଥିବାବେଳେ ସରକାର ·ଷ କାର୍ଯ୍ୟ ପାଇଁ ଆବଶ୍ୟକ ସାର ଯୋଗାଇନଦେବା ଫଳରେ ·ଷ କାର୍ଯ୍ୟ ଠିକ୍ ଭାବରେ ହୋଇପାରୁନାହିଁ । ଜିଲ୍ଲାରେ ୭୦୦ଟନ୍ ୟୁରିଆ ସାର ଦରକାର ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ଟନ୍ ସାର ଯୋଗାଇ ଦିଆଯାଇଛି । ଗ୍ରୋମର ୨୫୦ଟନ୍ ଆବଶ୍ୟକ ଥିବାବେଳେ ୧୫୦ଟନ୍ ସାର ଯୋଗାଇ ଦିଆଯାଇଛି ବୋଲି ଅଭିଯୋଗ କରାଯାଇଛି ।