ଆମର ବାରିପଦାର ସ୍ୱାଧିନତା ଦିବସ ପାଳିତ
ବାରିପଦା(,୧୬/୮(ସକାଳଖବର): ଆମର ବାରିପଦା ସଂଗଠନ ପକ୍ଷରୁ ବାରିପଦା ଗୋଲାପବାଗ୍ ଠାରେ ୭୨ ତମ ସ୍ୱାଧିନତା ଉତ୍ସବ ପାଳନ ଅବସରରେ ଜିଲ୍ଲା ପରିବେଶ ସମିତିର ଉପାଧ୍ୟକ୍ଷ ସନ୍ତୋଷ ମହାନ୍ତି ପତାକା ଉତ୍ତୋଳନ କରି ବାରିପଦା ସହରର ଅତୀତ ଓ ବର୍ତ୍ତମାନର ଲୋଲସଂଖ୍ୟା, ରାସ୍ତାଘାଟ ତୁଳନାରେ ଯାନବାହାନ ସର୍ବୋପରି ପରିବେଶ ସଂପର୍କରେ ତୁଳନା କରି ଉଦ୍ବୋଧନ ଦେଇ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଆବଶ୍ୟକ ସାହାଯ୍ୟ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ଆଇନଜୀବୀ ଅମ୍ବୁଜ ପୃଷ୍ଟି ମୋର ଏବଂ ଆମର ମଧ୍ୟରେ ରହିଥିବା ପାର୍ଥକ୍ୟ ଦର୍ଶାଇ ଆମର ବାରିପଦାକୁ ଏକ ସ୍ୱଚ୍ଛବାରିପଦା ସୁସ୍ଥବାରିପଦା ସବୁଜସୁନ୍ଦର ବାରିପଦା ଗଠନ ପାଇଁ ଏହି ସଂଗଠନ କାଯ୍ୟକରି ଚାଲିଲେ ଆମର ମୟୂରଭଞ୍ଜ, ଆମର ଓଡିÿଶା, ଆମର ଦେଶ ଭାରତ ବର୍ଷ, ଆମର ବିଶ୍ୱ ଆପେ ଆପେ ସୁସ୍ଥ ସୁନ୍ଦର ହୋଇଯିବ ବୋଲି କହିଥିଲେ । ସଭାପତି କ୍ଷୀରୋଦ ବିହାରୀ ସିଟ୍ ନୂତନ ଭାବେ ଗଢି ଉଠିଥିବା ଏହି ସଂଗଠନର କାର୍ଯ୍ୟକ୍ରମ ଗୁଡିକରେ ସମସ୍ତେ ସହଯୋଗର ହାତ ବଢାଇବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ମାରାଣ୍ଡି, ଶାନ୍ତନୁ କୁମାର ଦାଶ, ଅସୀତ୍ ମହାପାତ୍ର, ରୂପେଶ ଆଚାର୍ଯ୍ୟ, ଅଭିନବ ସାଓ, ସେକ୍ ଅଫଜଲ୍, ଉଗ୍ରସେନ ବେହେରା, କ୍ଷୀରୋଦ ମହାନ୍ତ, ନିର୍ମଳ ମିଶ୍ର. ଆଡ୍ଭୋକେଟ୍ ସସ୍ମିତା ଦେ ପ୍ରମୁଖ ଭାଗ ନେଇଥିବା ସମୟରେ ସମ୍ପାଦକ ସେକ୍ ଅବଦୁଲ୍ ରଖିମ ଧନ୍ୟବାଦ ଅର୍ପଣ କରିଥିଲେ ।