ହେଲମେଟ୍ ନଥିବାରୁ ଫସିଲେ ପୋଲିସ ବାବୁ
। ଅନୁଗୋଳ ୧୪/୮(ସକାଳଖବର): ଅନୁଗୋଳର ବିଭିନ୍ନ ସ୍ଥାନରେ ହେଲମେଟ ଚେକିଙ୍ଗ ଚାଲିଛି । ଯିଏ ହେଲମେଟ ପିନ୍ଧିନାହିଁ ତାଙ୍କୁ ଫାଇନ କରାଯାଉଛି । ହେଲେ ପୋଲିସ ବାବୁମାନେ ବିନା ହେଲମେଟରେ ଯାଉଥିବା ନେଇ ସାଧାରଣରେ ଏକ ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆଉ ଏ ଖବର ପହଞ୍ଚôଥିଲା ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ପାଖରେ । ଆଜି ହୃଦୟ କୁମାର ଦାଶ ନାମକ ଜଣେ ପୋଲିସ ବାବୁ ବିନା ହେଲମେଟରେ ଗାଡ଼ି ଚଳାଇ ଆସୁଥିବାବେଳେ ଏସ୍ପିଙ୍କ ନଜରରେ ପଡ଼ିଥିଲେ । ଆଉ ତତ୍କ୍ଷଣାତ୍ ଏସ୍ପିଙ୍କ ନିଦେ୍ର୍ଧଶକ୍ରମେ ପୋଲିସ ବାବୁଙ୍କ ଠାରୁ ଶହେ ଟଙ୍କା ମନି ରିସିଭ୍ କଟାଯାଇଥିଲା । ଯାହାକି ଏହି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ଅପରପକ୍ଷେ ସୋସିଆଲ ମିଡ଼ିଆରେ ଏସ୍ପି ସୂଚନା ଦେଇଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ । କାହାରିକୁ ବାଦ୍ ଦିଆଯିବ ନାହିଁ ।