ଅଭିଯୁକ୍ତଙ୍କୁ ଜେଲ ଓ ଜୋରିମାନା
ବାରିପଦ,୧୪/୦୮( ସକାଳଖବର):ଚୋର ସନେ୍ଦହରେ ଯୁବକକୁ ମାରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ଅଭିଯୁକ୍ତ କୁଳିଅଣା ଥାନା ରଙ୍ଗିଆମ ଗ୍ରାମର ବଡ ÿକୁନା ଦାସଙ୍କ ପୁଅ ବାବୁଲା ଦାସ(୪୫), ବାବୁଲା ଦାସଙ୍କ ପୁଅ ରାଜୁ ଦାସ(୨୫), ମାନିକ ଦାସଙ୍କ ପୁଅ ‘ାତିକ ଦାସ(୨୪) ଓ ଗଗନ ସାହୁଙ୍କ ପୁଅ ଟୁକୁ ଓର‘ ରାଜୀବ ସାହୁ(୨୬)ମଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୪୧ ଅନୁସାରେ ୫୦୦ ଟଙ୍କା ଅର୍ଥ ଦଣ୍ଡ ଓ ଏହା ଅନାଦେୟ ହେଲେ ୭ ଦିନ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଆଇପିସି ଧାରା ୩୪୨ରେ ୬ ମାସ କାରାଦଣ୍ଡ, ୫୦୦ ଟଙ୍କା ଜୋରିମାନା ଓ ଏହା ଅନାଦେୟ ହେଲେ ଅଧିକ ୧୫ ଦିନ କାରାଦଣ୍ଡ, ଆଇପିସି ଧାରା ୩୨୩ରେ ୬ ମାସ କାରାଦଣ୍ଡ, ୫୦୦ ଟଙ୍କା ଜୋରିମାନା, ଅନାଦେୟରେ ଅଧିକ ୧୫ ଦିନ କାରାଦଣ୍ଡ ଏବଂ ଆଇପିସି ଧାରା ୩୨୬ରେ ୪ ବର୍ଷ କାରାଦଣ୍ଡ, ୪ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଇଛନ୍ତି ।