ଷ୍ଟିଙ୍ଗ ଅପରେସନ ମାମଲା
କଟକ,୧୩ା୮(ସକାଳଖବର): ଏକ ୱେବ ପୋର୍ଟାଲ ମୁଖ୍ୟ ରବି ଶର୍ମାଙ୍କ ଆଗୁଆ ଜାମିନ ମାମଲାରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ବିଧାୟକମାନଙ୍କ ପକ୍ଷରୁ ଆଇନଜୀବୀ ଆର ଆଚାର୍ଯ୍ୟ ହାଜର ହୋଇଥିଲେ । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୧ସପ୍ତାହ ପରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଏସସି ଜ୍ୟୋତି ପ୍ରକାଶ ପାତ୍ର ମାମଲା ପରିଚାଳନା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ୨୦୧୬ ସେପ୍ଟେମ୍ବର ମାସ ୨୭ତାରିଖରେ ହାଇକୋର୍ଟ ଆବେଦନକାରୀଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ପରବର୍ତ୍ତୀ ନିଦେ୍ର୍ଧଶନାମା ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବ ନାହି ବୋଲି କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଥିଲେ ।